ବିଧବାଙ୍କ ଆକାଉଣ୍ଟରୁ ସାଢ଼େ ୩ ଲକ୍ଷ ଟଙ୍କା ଗାଏବ, ଥାନାରେ ମାମଲା ରୁଜୁ

ଜୟପୁର: ବାଇକ୍‌ ଲୁଟ ପରେ ଏବେ ଧୀରେ ଧୀରେ ବ୍ୟାପିବାଲେ ଲାଗିଛି ସାଇବର କ୍ରାଇମ। ଦୁନିଆ ଦିନକୁ ଦିନ ଯେତେ ସ୍ମାର୍ଟ ହେବାରେ ଲାଗିଛି ଚୋରମାନେ ମଧ୍ୟ ସେତିକି ସ୍ମାର୍ଟ ହେବାରେ ଲାଗିଛନ୍ତି। ଚୋର ପୁଲିସଙ୍କ ଠାରୁ ଦୁଇପାଦ ଆଗରେ ଚାଲୁଛି। ବର୍ତ୍ତମାନ ଏବେ ଚୋର ଦଳ ସାଇବର କ୍ରାଇମ କରିବାରେ ବ୍ୟସ୍ତ ହେଲେଣି। ଏହିପରି ଏକ ଘଟଣା ଘଟିଛି ଜୟପୁର ସଦର ଅଞ୍ଚଳର ଗାଗନାପୁର ଅଞ୍ଚଳରେ। ଜଣେ ବିଧବାଙ୍କ ଆକାଉଣ୍ଟରୁ ସାଢ଼େ ୩ ଲକ୍ଷ ଟଙ୍କା ଟଙ୍କା ଗାଏବ ହୋଇଛି। ଟଙ୍କା ଗାଏବ୍‌ ହେବା ପରେ ଥାନାରେ ମାମଲା ରୁଜୁ ହୋଇଛି।

ଗତ ୨୦୧୮ ସେପ୍ଟେମ୍ବର ୫ ତାରିଖରେ ଗାଗନାପୁର ଅଞ୍ଚଳର ଦାମଦର ଜାନୀଙ୍କ କେନାଲର ପଡି ମୃତ୍ୟୁ ହୋଇଥିଲ। ମୃତ୍ୟୁ ପରେ ତାଙ୍କ ପତ୍ନୀ ଦଇମତି ଜାନି ସରକାରଙ୍କ ସହ ଲଢି ୪ଲକ୍ଷ ଟଙ୍କା ପାଇଥିଲେ। ସେହି ଟଙ୍କା ପାସବୁକରେ ଜମା ହୋଇଥିଲା। ମୃତକର ଭାଇ ଭୀମ ଜାନି ଓ ଦଇମତି ଦୁହେଁ ମିଶି ୪ ରୁ ୫ ଥର ମଧ୍ୟରେ ୫୦ ହଜାର ଟଙ୍କା ଉଠାଇଥିଲେ। ଏହା ପରେ ବାରମ୍ବାର ବ୍ୟାଙ୍କକୁ ଗଲାପରେ ତାଙ୍କ ଏକାଉଣ୍ଟରେ ଆଉ ଟଙ୍କା ନାହିଁ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ମନା କରିଦେଇଥିଲେ।

ଟଙ୍କା ସବୁ କୁଆଡେ ଗଲା ବୋଲି ଆଶ୍ଚର୍ଯ୍ୟ ହୋଇ ପୁଣିଥରେ ବ୍ୟାଙ୍କରେ ଷ୍ଟେଟମ୍ୟାଣ୍ଟ ଦେଖିଲା ପରେ କେହିଜଣେ ସମସ୍ତ ଟଙ୍କା ଉଠାଇ ନେଇଛି ବୋଲି ଜଣା ପଡିଥିଲା। ମୋର ସ୍ୱାମୀ ମରିବାପରେ ଯେଉଁ ଟଙ୍କା ମିଳିଥିଲା ତାକୁ ଯିଏବି ନେଇଛି ଧର୍ମ ସହିବ ନାହିଁ ବୋଲି ଥାନାରେ ଅଭିଯୋଗ କରିଛନ୍ତି ବିଧବା ମହିଳା। ଏଣୁ ପୁଲିସ ଏନେଇ ତଦନ୍ତ କରି ମୋର ଟଙ୍କା ଫେରସ୍ତ କରିବା ପାଇଁ ସହଯୋଗ କରିବା ସହ ଦୋଷିକୁ ଉପଯୁକ୍ତ ଶାସ୍ତି ଦେବା ପାଇଁ ଏତଲାରେ ଉଲ୍ଲେଖ ସେ କରିଛନ୍ତି।

ସମ୍ବନ୍ଧିତ ଖବର