କୋଇଲାଖଣି ଅବସରପ୍ରାପ୍ତ କର୍ମଚାରୀଙ୍କ ସ୍କୁଟି ଡିକିରୁ ୩ ଲକ୍ଷ ଟଙ୍କା ଲୁଟ ଅଭିଯୋଗ

ବ୍ରଜରାଜନଗର: କୋଇଲାଖଣିର ଅବସରପ୍ତାପ୍ତ କର୍ମଚାରୀ ମଙ୍ଗଳ ଖଡ଼ିଆଙ୍କ ସ୍କୁଟି ଡିକିରୁ ୩ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ମଙ୍ଗଳ ଆଜି ହଂସାମୁରା କଣ୍ଟାପାଲିସ୍ଥିତ ୟୁକୋ ବ୍ୟାଙ୍କ ଶାଖାରୁ ୩ଲକ୍ଷ ୧୦ହଜାର ଟଙ୍କା ପୂର୍ବାହ୍ନ ୧୧.୪୫ ଟାରେ ଉଠାଇ ଥିଲେ। ସେ ଆଣିଥିବା ସ୍କୁଟି ଡିକିରେ ୩ଲକ୍ଷ ଓ ନିଜ ପକେଟରେ ୧୦ହଜାର ଟଙ୍କା ରଖିଥିଲେ। ଘରେ ପହଞ୍ଚି ଡ଼ିକି ଖୋଲିବା ପରେ ଡିକିରେ ରଖିଥିବା ଟଙ୍କା ପାଇନଥିଲେ। ସେ ଘରକୁ ଯିବା ସମୟରେ ଗାନ୍ଧିଛକରେ ଗାଡି ରଖିଥିଲେ।

ଚୋରି ସମ୍ପର୍କରେ ବ୍ରଜରାଜନଗର ଥାନାରେ ଅପରାହ୍ନ ୩.୩୦ରେ ଆସି ଖବର ଦେଇଥିଲା। ପୁଲିସ ବିଭିନ୍ନ ସ୍ଥାନରେ ଏନେଇ ଚଢ଼ାଉ ଜାରି ରଖିବା ସହିତ ଅନୁସନ୍ଧନ ଜାରି ରଖିଥିବା ଜଣାପଡିଛି। ସେ ଜଣେ କୋଇଲାଖଣି ଅବସର ପ୍ରାପ୍ତ କର୍ମଚାରୀ। ଅବସର ପରେ ସେ ସମସ୍ତ ଟଙ୍କା ୟୁକୋ ବ୍ୟାଙ୍କ ବ୍ରଜରାଜନଗର ଶାଖାରେ ରଖିଥିଲେ। ଟଙ୍କା କେଉଁଠି ଚୋରି ହେଲା ଜଣା ପଡ଼ିନାହିଁ।

ସମ୍ବନ୍ଧିତ ଖବର