କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର-ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ନିକଟରୁ ବ୍ୟବସାୟୀଙ୍କ ଠାରୁ ୩ଲକ୍ଷ ଲୁଟ୍ ନେଇ ଅଭିଯୋଗ ହୋଇଛି। ଜିରାଳ ଗ୍ରାମର ଅଭିମନ୍ୟୁ ସାହୁ ଓ ତାଙ୍କ ଡ୍ରାଇଭର ମୃତ୍ୟୁଞ୍ଜୟ ପଣ୍ଡା ଏକ ପିକଅପ୍ ଭ୍ୟାନ୍ ଯୋଗେ ଜିନିଷ ଆଣିବା ପାଇିଁ କଟକ ଯାଉଥିବା ବେଳେ ୩ ଜଣ ଦୁର୍ବୃତ୍ତ ଅତର୍କିତ ଭାବେ ଏକ ବାଇକରେ ଆସି ଗାଡିକୁ ଅଟକାଇ ଭୁଜାଲିରେ ଅଭିମନ୍ୟୁକୁ ଆକ୍ରମଣ କରିଥିଲେ। ଅଭିମନ୍ୟୁଙ୍କ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ଡ୍ରାଇଭରଙ୍କୁ ମାଡ ମାରିବା ସହ ଏକ ବନ୍ଧୁକ ଦେଖାଇ ଭୟଭୀତ କରି ଗାଡିରେ ଏକ ବ୍ୟାଗରେ ଥିବା ୩ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ।
/sambad/media/post_attachments/wp-content/uploads/2022/05/Capture-4.jpg)
ଖବର ପାଇ ଘଟଣାସ୍ଥଳକୁ ପଣ୍ଡୁଆ ଫାଣ୍ଡି ଅଧିକାରିଣୀ ଯାଇଥିବା ବେଳେ ଦୁର୍ବୃତ୍ତଙ୍କ କୌଣସି ସନ୍ଧାନ ମିଳିପାରି ନାହିଁ। ଗୁରୁତର ଅବସ୍ଥାରେ ଅଭିମନ୍ୟୁ ଓ ଡ୍ରାଇଭର ମୃତ୍ୟୁଞ୍ଜୟ ଅଁଳାବେରେଣି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଛନ୍ତି। ଅଭିମନ୍ୟୁଙ୍କୁ ଭୁଜାଲିରେ ଆକ୍ରମଣ କରିଥିବାରୁ ହାତରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/0511f70d-87a0-42f0-bf80-48fd8bf651b7.jpg)