ଆମାନିଆ ବାଇକ୍ ଚାଳକ ଓ ମାସ୍କ ନପିନ୍ଧିବାରୁ ୭୦ ଜଣଙ୍କ ଉପରେ ଫାଇନ୍

ଭଦ୍ରକ: କରୋନା କଟକଣା ଯୋଗୁଁ ବାଇକ୍ ଚାଳକଙ୍କୁ ସହର ଭିତରକୁ ନଆସିବାକୁ ତାଗିଦ୍ କରାଯାଇଥିଲା। ମାତ୍ର କିଛି ବାଇକ୍ ଚାଳକ ଏଇ କଟକଣାକୁ ନମାନି ସହର ଭିତରକୁ ବାଇକ୍ ନେଇ ଆସିବା ସହ ଅଯଥାରେ ସହରରେ ଗହଳି କରିବା ଅଭିଯୋଗରେ ଭଦ୍ରକ ସହର ସମେତ ଜିଲ୍ଲାର ୭ଟି ବ୍ଲକ ଓ ୪ଟି ପୌରାଞ୍ଚଳରେ ମୋଟ ୫ ଶହ ବାଇକ୍ ଚାଳକଙ୍କ ଉପରେ ଫାଇନ୍ କରାଯାଇଥିଲା। ଏଇ ପ୍ରକ୍ରିୟା ଚାଲିଥିବା ବେଳେ ହାଇକୋର୍ଟର ନିର୍ଦ୍ଦେଶ ପରେ ବାଇକ୍ ଚାଳକଙ୍କ ଉପରେ କଟକଣା ଉଠିଥିଲା। ଏହାର ଗୋଟିଏ ଦିନ ପରେ ପୁଣି ହାଇକୋର୍ଟ କେବଳ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ କଟକଣା ଉଠାଇ ଦେଇଥିଲେ।

ତେଣୁ ପୁଲିସ ପୂର୍ବ ପରି ଗତକାଲି ଓ ଆଜିକୁ ମିଶାଇ ଜିଲ୍ଲାରେ ୭୦ ଜଣଙ୍କ ବାଇକ୍ ଜବତ କରି ଫାଇନ୍ ଆଦାୟ କରିଛି। ସେହିପରି ଗତକାଲିଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିବା ପରେ ଭଦ୍ରକ ଟାଉନ ପୁଲିସ ପକ୍ଷରୁ ୧୨ ଜଣ ଓ ବନ୍ତ ଥାନାରେ ୭ ଜଣ ମୋଟ ୧୯ ଜଣଙ୍କଠାରୁ ୩ ହଜାର ୮ ଶହ ଟଙ୍କାର ଫାଇନ୍ ଆଦାୟ କରିଛି। ଆଜିଠାରୁ ମାସ୍କ ନପିନ୍ଧିଥିବା ଲୋକଙ୍କ ଉପରେ ଚଢାଉ ଜୋରଦାକରା କରାଯାଇଛି। ପୁଲିସ ପ୍ରତି ଲୋକଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟ କରିଛି।

ସମ୍ବନ୍ଧିତ ଖବର