୩୦ ହଜାର ଟଙ୍କା ଝାମ୍ପିନେଲେ ଦୁଇ ଲୁଟେରା

ବେଲପଡ଼ା: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ନୁନହାଡ଼ ଗାଁର ମଦନ ସାହୁଙ୍କଠାରୁ ୨ ଜଣ ଲୁଟେରା ୩୦ ହଜାର ଟଙ୍କା ଝାମ୍ପି ନେଇଛନ୍ତି। ଗୁରୁବାର ଦିନ ୨ଟା ସମୟରେ ଶ୍ରୀ ସାହୁ ବେଲପଡ଼ା ଷ୍ଟେଟବ୍ୟାଙ୍କ ଶାଖାରୁ ୩୦ ହଜାର ଟଙ୍କା କାଢ଼ି ଚାଲିଚାଲି ଆସୁଥିଲେ। ଦୁର୍ଗାମଣ୍ତପ ଛକଠାରେ ଏକ କଳା ରଙ୍ଗର ବାଇକ୍‌ରେ ୨ଜଣ ଦୁର୍ବୃତ୍ତ ଆସି ଉକ୍ତ ଟଙ୍କା ଝାମ୍ପି ନେଇ ଫେରାର ହୋଇଯାଇଥିଲେ। ଏ ସଂପର୍କରେ ଶ୍ରୀ ସାହୁ ବେଲପଡ଼ା ଥାନା‌ରେ ଅଭିଯୋଗ କରିବା ପରେ ପୁଲିସ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର