ପାଣିରେ ନିଶା ଦେଇ ଯୁବକଙ୍କଠୁ ଲୁଟି ନେଲେ ୩୦ ହଜାର ଟଙ୍କା!

ଜୟପୁର: ପାଣିରେ ନିଶା ଦେଇ ଲୁଟି ନେଲେ ୩୦ ହଜାର ଟଙ୍କା। ଲୁଟର ଶିକାର ହୋଇଛନ୍ତି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବାଲିପାଟଣା ଗାଁର ସାଧୁ ସାହୁ (୪୦) । ସେ ଭବାନୀପାଟଣାରୁ ନବରଙ୍ଗପୁର ଅଭିମୁଖେ ବାହାରିବା ବେଳେ ଭବାନୀପାଟଣା ବସଷ୍ଟାଣ୍ଡରରେ ଏଭଳି ଏକ ଅଭାବନୀ ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡିଛି। ଆଜି ଜୟପୁର ବସଷ୍ଟାଣ୍ଡ ନିକଟରୁ ଯୁବକ ଜଣକ ଅଚେତ ଅବସ୍ଥା ପଡି ରହିଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ କିଛି ସ୍ଥାନୀୟ ଲୋକେ ପଚରାଉଚୁରା କରିଥିଲେ। ପ୍ରଥମେ କିଛି କହି ପାରୁ ନ ଥିବାବେଳେ ୫ ଘଣ୍ଟା ପରେ ସଷ୍ଟାଙ୍ଗ ହୋଇଥିଲେ।

ମିଳିଥିବା ସୂଚନା ମୁତାବକ ଗତକାଲି ରାତି ପ୍ରାୟ ୧୦ଟାବେଳେ ଏକ ଘରୋଇ ବସରେ ବସିଥିଲେ ସାଧୁ। ଏହି ସମୟରେ ବସଷ୍ଟାଣ୍ଡର ବୁଲା ପାଣିବିକାଳିଙ୍କଠାରୁ ପାଣି ବଟଲ କିଣିଥିଲେ। ପରେ ବସରେ ବସି ପାଣି ପିଇବା ପରେ କିଛି ଜାଣି ପାରି ନ ଥିଲେ। କିପରି ଓ କିଏ ଆଣି ଜୟପୁର ବସଷ୍ଟାଣ୍ଡରେ ଓହ୍ଲାଇ ଦେଲେ ସେ କିଛି କହିପାରି ନଥିଲେ। ସେ ପିତ୍ତଳ ବ୍ୟବସାୟ କରୁଥିବାବେଳେ ଆଜି ନବରଙ୍ଗପୁରରେ ପହଞ୍ଚିବା କଥା। କିନ୍ତୁ ଏହି ନିଶା ମାଧ୍ୟମରେ ପାଗଳପ୍ରାୟ ହୋଇ ଜୟପୁରରେ କିପରି ପହଞ୍ଚିଲେ ତାହା ଜାଣିପାରିନାହାନ୍ତି। କେବଳ ଟଙ୍କାକୁ ଛାଡି ଅନ୍ୟ କିଛି କହୁ ନ ଥିଲେ। ଅସହାୟ ଅବସ୍ଥାରେ ପଡି ରହିଥିଲେ। ତାଙ୍କୁ ଉଦ୍ଧାର କରିବା ସହ ପରିବାରବର୍ଗଙ୍କୁ ଅବଗତ କରାଯାଇଛି। ପରିବାରବର୍ଗ ଆସିବା ପରେ ଥାନାରେ ଏତଲା ଦିଆଯିବା ଜଣାଯାଇଛି।

ସମ୍ବନ୍ଧିତ ଖବର