ବ୍ୟବସାୟୀଙ୍କ ସ୍କୁଟି ଡିକିରୁ ଲକ୍ଷେ ୩୨ ହଜାର ଟଙ୍କା ଲୁଟ୍

ଢେ଼ଙ୍କିକୋଟ: କେନ୍ଦୁଝର ଜିଲ୍ଲା ଢେ଼ଙ୍କିକୋଟ ସାପ୍ତାହିକ ହାଟ ଥିବାବେଳେ ଆଜି  ୟୁନିୟନ ବ୍ୟାଙ୍କ ନିକଟ ସାନ୍ତରାପୁର ଛକ କୁମକୁମ୍ ସେଲୁନ ନିକଟରେ ଧାନ ବ୍ୟବସାୟୀ ନୂଆଗାଁର ଶରତ ଚନ୍ଦ୍ର ସାହୁଙ୍କ ସ୍କୁଟି ଡ଼ିକି ଭାଙ୍ଗି ବ୍ୟାଗରେ ଥିବା ୧ ଲକ୍ଷ ୩୨ ହଜାର ଟଙ୍କା ଦୁର୍ବୃତ୍ତ ଲୁଟି ନେଇଛନ୍ତି। ଗୋଦାମ ଆଗରେ ସ୍କୁଟି ରଖି ସେ ଭିତରେ ଖାଉଥିବା ବେଳେ ଘଟଣା ଘଟିଥିବା ଜଣାପଡିଛି। ଦିନ ୩ ଟା ସମୟରେ ସେ ସ୍କୁଟି ରୁ ଟଙ୍କା ନେବାକୁ ଆସିବା ସମୟରେ ସ୍କୁଟି ଡିକି ଖୋଲା ଥିବା ଓ ଟଙ୍କା ବ୍ୟାଗ ନଥିବା ଜାଣିବାକୁ ପାଇଥିଲେ। ସଂଧ୍ୟାସୁଦ୍ଧା ଥାନାରେ ଅଭିଯୋଗ ହୋଇ ନଥିବା ଜଣାଯାଇଛି। ଘଟଣା ଘଟିବା ସ୍ଥାନରେ ଏକ ଧାନ ଗାଡ଼ିରେ ଧାନ ଲଦାଯାଉଥିବା ସମୟରେ ଲୁଟେରା ଅନ୍ୟମାନଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ଲୁଟ କରିଥିଲେ।

ସମ୍ବନ୍ଧିତ ଖବର