ବାରିପଦା: ପଶ୍ଚିମବଙ୍ଗ ନମ୍ବର ଥିବା ଏକ କାରରୁ ୩୪ ଲକ୍ଷ ୨୪ ହଜାର ଟଙ୍କା ଶନିବାର ଜବତ ହୋଇଛି। ମୟୂରଭଂଜ ଜିଲ୍ଲାର ବିଷୋୟୀ ଛକରେ ପୁଲିସ ଯାଞ୍ଚ ବେଳେ ଏହି ଟଙ୍କା ଜବତ କରିଛି। ଏହି କାର କେନ୍ଦୁଝରରୁ କୋଲକାତା ଅଭିମୁଖେ ଯାଉଥିଲା।