ଡିକି ଭାଙ୍ଗି ୪ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗ

ବ୍ରହ୍ମପୁର: ଗଂଜାମ ଜିଲ୍ଲାର ନୂଆଗାଁ ଥାନା ଚିକିଟିଗଡ଼ ରାଜସ୍ୱ ନୀରିକ୍ଷକ ଉଲ୍ଲାସ ଗୌଡ଼ଙ୍କ ବାଇକ ଡିକି ଭାଙ୍ଗି ୪ ଲକ୍ଷ ଟଙ୍କା ଲୁଟି ନେଇଥିବା ବୁଧବାର ଅଭିଯୋଗ ହୋଇଛି। ଏନେଇ ଶ୍ରୀ ଗୌଡ଼ ଏତଲା ଦେବା ପରେ ଥାନା ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ଚିକିଟିପେଣ୍ଠ ଆନ୍ଧ୍ର ବ୍ୟାଙ୍କ ଶାଖାରୁ ଆଜି ସକାଳ ପ୍ରାୟ ୧୦ଟା ୪୫ରେ ଶ୍ରୀ ଗୌଡ଼ ୪ ଲକ୍ଷ ଟଙ୍କା ଉଠାଇଥିଲେ। ଏହା ପରେ ସେ ଚିକିଟିଗଡ଼ ଆରଆଇ ଅଫିସକୁ ଯାଇ ବାହାରେ ବାଇକ୍‌ ରଖିଥିଲେ। ସେଠାରୁ ସେ ଚିକିଟି ତହସିଲ କାର୍ଯ୍ୟାଳୟକୁ ଯାଇ ଘରକୁ ଫେରିଥିଲେ।

ଘର ଆଗରେ ଡିକି ଖୋଲିଲା ବେଳକୁ ଟଙ୍କା ନ ଥିଲା ଓ ତାହାକୁ ଭଙ୍ଗା ଯାଇଥିବା ସେ ଜାଣିବାକୁ ପାଇଥିଲେ। ତୁରନ୍ତ ଚିକିଟି ତହସିଲ କାର୍ଯ୍ୟାଳୟକୁ ଯାଇ ସିସିଟିଭି ଫୁଟେଜ ଦେଖିଥିଲେ କିନ୍ତୁ କୌଣସି ସୁରାକ୍‌ ମିଳି ନ ଥିଲା। ଚିକିଟିଗଡ଼ ଆରଆଇ ଅଫିସ ସାମ୍ନାରେ ହିଁ ଲୁଟ ହୋଇଥିବା ଜାଣି ସେ କେ.ନୂଆଗାଁ ଥାନାରେ ଏତଲା ଦେଇଥିଲେ। ଚିକିଟି ଏସଡିପିଓ ସୁରେନ୍ଦ୍ରନାଥ ମୁର୍ମୁ ଓ ଥାନା ଅଧିକାରୀ ମାଧବାନନ୍ଦ ନାୟକ ପହଂଚି ତଦନ୍ତ କରିଛନ୍ତି। ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଲାଗିଥିବା ସିସିଟିଭି ଫୁଟେଜକୁ ତଦନ୍ତ ପରିସରଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର