ଟ୍ରାନ୍ସପୋର୍ଟ କଂପାନିର ୨ କର୍ମଚାରୀଙ୍କୁ ଆକ୍ରମଣ କରି ୪ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗ

କେନ୍ଦୁଝର: ବଡ଼ବିଲ ଥାନା ଅଞ୍ଚଳରେ ଶନିବାର ଦିନ ଦ୍ୱିପ୍ରହରରେ ଟ୍ରାନ୍ସପୋର୍ଟ କଂପାନିର ୨ ଜଣ କର୍ମଚାରୀଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ୨ ଜଣ ଦୁର୍ବୃତ୍ତ ଅଚାନକ ଆକ୍ରମଣ କରି ୪ ଲକ୍ଷ ଟଙ୍କା ଲୁଟ୍‌ କରି ନେଇଛନ୍ତି। ପୂର୍ବ ଯୋଜନା ମୁତାବକ ଦୁର୍ବୃତ୍ତମାନେ ଏକ ବାଇକ୍‌ରେ ଆସିଥିଲେ। ସେମାନେ ଟ୍ରାନ୍ସପୋର୍ଟ କଂପାନିର ୨ କର୍ମଚାରୀଙ୍କ ଠାରୁ ଟଙ୍କା ମାଗିଥିଲେ। ଉଭୟ ଟ୍ରାନ୍ସପୋର୍ଟ କର୍ମଚାରୀ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହା ପରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ପରେ ଟଙ୍କା ଲୁଟ୍‌ କରି ଘଟଣାସ୍ଥଳରୁ ଦ୍ରୁତଗତିରେ ଫେରାର ହୋଇଯାଇଥିଲେ।

ସୂଚନା ମିଳିବା ପରେ ପୁଲିସ୍‌ ଘଟଣାସ୍ଥଳକୁ ପହଞ୍ଚି ଛାନ୍‌ଭିନ୍‌ କରୁଛି। ଟ୍ରାନ୍ସପୋର୍ଟ କଂପାନିର ୨ ଆହତ କର୍ମଚାରୀଙ୍କୁ କେନ୍ଦୁଝର ଜିଲ୍ଲା ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସନ୍ଦେହ କରାଯାଉଛି ଯେ, ଏହି ଲୁଟ୍‌ ଘଟଣାରେ ଅନ୍ୟ ଏକ ଟ୍ରାନ୍ସପୋର୍ଟ କଂପାନିର ହାତ ରହିଛି। ରିପୋର୍ଟ ଲେଖାଯିବା ବେଳକୁ ଦୁର୍ବୃତ୍ତଙ୍କର କୌଣସି ପତ୍ତା ମିଳିନାହିଁ।

ସମ୍ବନ୍ଧିତ ଖବର