ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅରୁନ୍ଧତୀ ଗ୍ରୁପ ଦେଲା ୫ଲକ୍ଷ ଟଙ୍କା

ବଲାଙ୍ଗୀର:  ଅରୁନ୍ଧତୀ ଗ୍ରୁପ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଅରୁନ୍ଧତୀ ଜ୍ୱେଲର୍ସ ତଥା ଅରୁନ୍ଧତୀ ଗ୍ରୁପର ମ୍ୟାନେଜିଂ ଡାଇରେକ୍ଟର ବ୍ରହ୍ମାନନ୍ଦ ମେହେର, ଡାଇରେକ୍ଟର ଅଚ୍ୟୁତାନନ୍ଦ ମେହେର ୫ ଲକ୍ଷ ଟଙ୍କାର ଚେକ ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ପ୍ରଦାନ କରିଛନ୍ତି । ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି । ଅରୁନ୍ଧତୀ ଗ୍ରୁପର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଳରେ ପ୍ରଶଂସା କରାଯାଇଛି ।

ସମ୍ବନ୍ଧିତ ଖବର