ପୁଲିସ ପରିଚୟ ଦେଇ ଆସିଲେ ୧୧ ଦୁର୍ବୃତ୍ତ ୬ ଜଣଙ୍କ ଘରୁ ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ସମେତ ସୁନା ରୁପା ଗହଣା ଲୁଟ୍‌ କଲେ

କୋରାପୁଟ ଜିଲ୍ଲାର କଣ୍ଟାମାଳିଗୁଡା ଗାଁରେ ଶସସ୍ତ୍ର ଡକାୟତି

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର କାକିରିଗୁମା ଥାନା ଅନ୍ତର୍ଗତ କଣ୍ଟାମାଳିଗୁଡା ଗାଁରେ ଶସସ୍ତ୍ର ଡକାୟତ ହୋଇଥିବା ନେଇ କାକିରିଗୁମା ଥାନାରେ ଲିଖିତ ଅଭିଯୋଗ ହୋଇଛିା ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ବୁଧବାର ବିଳମ୍ବିିତ ରାତି ଲକ୍ଷ୍ମଣ ନାୟକ ଘରେ ଶୋଇଥିବା ବେଳେ ପୁଲିସ ଆସିଛୁ କବାଟ ଖୋଲ ବୋଲି ଦୁର୍ବୃତ୍ତମାନେ କହିଥିଲେ। ଲକ୍ଷ୍ମଣ କବାଟ ଖୋଲିବା ପରେ ତାଙ୍କୁ କାବୁ କରିବା ସହ ବାହାରକୁ ନେଇ ଯିବା ସହ ମାଲକାନଗିରି ଅଞ୍ଚଳରୁ ଆସିଛୁ, ତୁମ ପୁଅ ଝିଅଙ୍କୁ ସଂଗଠନରେ ସାମିଲ୍‌ କରିବାକୁ ହେବ। ତେଣୁ ପୁଅ ଝିଅଙ୍କୁ ଛାଡ। ଲକ୍ଷ୍ମଣ ରାଜି ନହେବାରୁ ଦୁର୍ବୃତ୍ତମାନେ ଘର ଭିତରେ ପ୍ରବେଶ କରି ବାକ୍ସରୁ ଜୋର ଜବରଦସ୍ତ ଏକ ଲକ୍ଷ ୨୦ ହଜାର ଟଙ୍କା ସମେତ ଏକ ତୁଳାରୁ ଉର୍ଦ୍ଧ୍ୱ ସୁନା ଓ ରୂପା ଗହଣା ଇତ୍ୟାଦି ନେଇଯାଇଥିଲେ।

ଏମିତି ଜଣକ ପରେ ଜଣଙ୍କ ଘରେ ବନ୍ଧୁକ ମୁନରେ ୬ ଜଣଙ୍କ ଘରୁ କ୍ରମାଗତ ଭାବେ ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ସମେତ ୫ତୁଳାରୁ ଅଧିକ ସୁନା ଓ ରୁପା ଗହଣା ଲୁଟିନେଇଥିବା ଥାନାରେ ଅଭିଯୋଗ ହୋଇଛିା ଡକାୟତ ଦଳରେ ୧୧ ଜଣ ଲୋକ ଥିଲେ। ସେମାନେ ସମସ୍ତେ ମୁଖା ପିନ୍ଧି ଆସିଥିଲେ। ଫେରାର ହେବା ପୂର୍ବରୁ ଦୁର୍ବୃତ୍ତମାନେ ଚେତାବୀନ ଦେଇଥିଲେ ଯେ, ଏନେଇ ଥାନାରେ ଅଭିଯୋଗ କଲେ ପୁଣି ଆସିକି ହତ୍ୟାକରିବୁ।

ଦୁର୍ବୃତ୍ତମାନେ ନିଜ ନିଜ ମୋଟର ସାଇକେଲ୍‌ ଯୋଗେ ପୋଡାଗଡ ଅଞ୍ଚଳ ଦେଇ ଚାଲିଯାଇଥିବା ବେଳେ ଗ୍ରାମବାସୀଙ୍କ ମନରେ ଏକ କୋକୁଆ ଭୟ ସୃଷ୍ଟି ହୋଇଥିଲାା ତଥାପି ଧମକକୁ ନଡରି ଗୁରୁବାର କାକିରିଗୁମ୍ମା ଥାନାରେ ଲଖିତ ଅଭିଯୋଗ କରିଥିଲୋ ଲକ୍ଷ୍ମଣ ନାୟକଙ୍କ ଘରୁ ଡକାୟତି କରିବା ପରେ ହରିବନ୍ଧୁ ମାଳି ଘରୁ ୨୭ ହଜାର ଟଙ୍କା, ୫ ଗ୍ରାମ ସୁନା, ଲକ୍ଷ୍ମଣ ମାଳିଙ୍କ ଘରୁ ୧ଲକ୍ଷ ୨୫ ହଜାର ଟଙ୍କା ଏକ ଭରି ସୁନା, ନିଳାମ୍ବର ନାୟକଙ୍କ ଘରୁ ୧ଲକ୍ଷ ୧୦ ହଜାର ଟଙ୍କା, ଡମ୍ବରୁ ନାୟକଙ୍କ ଘରୁ ୬୦ ହଜାର ଟଙ୍କା, କର୍ଣ୍ଣ ନାୟକଙ୍କ ଘରୁ ୧୨ ହଜାର ଟଙ୍କା ନେଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି।

ଟଙ୍କା ସୁନା ପ୍ରଦାନ ନକଲେ ଗୁଳି କରିବୁ ବୋଲି ଧମକ ପ୍ରଦାନ କରିଥିବା ଡକାୟତିର ଶିକାର ହୋଇଥିବା ମହିଳା ମାନେ ମଧ୍ୟ ପ୍ରକାଶ କରିଛନ୍ତିା ଡକାୟତିର ଶିକାର ହୋଇଥିବା ୬ ପରିବାର ସଦସ୍ୟ ମାଳି ସଂମ୍ପ୍ରଦାୟର ହୋଇଥିବା ବେଳେ ପରିବା ଚାଷ କରି ଟଙ୍କା ରୋଜଗାର କରି ରଖିଥିବା ପ୍ରକାଶ କରିଛନ୍ତିା କାକିରିଗୁମା ପୁଲିସ ଏକ ଡକାୟତ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛିା

ସମ୍ବନ୍ଧିତ ଖବର