କଟକ: ହୋମିଓପାଥି ଡାକ୍ତରଙ୍କୁ ଠାରୁ ୫୦ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗ

କଟକ: ଭୁବନେଶ୍ୱରର ଜଣେ ହୋମିଓପାଥି ଡାକ୍ତରଙ୍କ ଠାରୁ ମଙ୍ଗଳବାର ୫୦ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। କଟକ-ଢେଙ୍କାନାଳ ରାସ୍ତାର ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ପରମେଶ୍ୱରୀ ଷ୍ଟିଲ ପ୍ଲାଣ୍ଟ ସମ୍ମୁଖରେ ଆଜି ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି। ୫୫ ନମ୍ବର ଜାତୀୟ ରାଜପଥର ଏକ ନିଛାଟିଆ ସ୍ଥାନରେ ଏହି ଘଟଣା ଘଟିବା ପରେ ଲୁଟ୍‌ ଶିକାର ହୋଇଥିବା ଡାକ୍ତର ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ ଡାକ୍ତର ଜଣକ ଜମି କିଣିବା ପାଇଁ ଏକ କାରରେ ଢେଙ୍କାନାଳ ଯାଉଥିଲେ। ଲୁଟ୍‌ ପୂର୍ବରୁ ୩ ଜଣ ଦୃର୍ବୃତ୍ତ ବିସ୍ତତ ଯୋଜନା କରିଥିଲେ। ଘଟଣାସ୍ଥଳରେ କାର ପହଂଚିବା ପରେ ବନ୍ଧୁକ ମୁନରେ ଲୁଟ୍‌ କରିଥିଲେ। ଏହା ପରେ ସେମାନେ ଦ୍ରୁତଗାମୀ ବାଇକ୍‌ (କେଟିଏମ୍‌)ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଅଭିଯୋଗ ପରେ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର