ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୫୦୦ ଟଙ୍କା ଜରିମାନା, ଗଂଜାମ ପରେ ଭଦ୍ରକ ପ୍ରଶାସନର ପଦକ୍ଷେପ

ଭୁବନେଶ୍ୱର: କୋଭିଡ-୧୯ ମୁକାବିଲା ପାଇଁ ରାଜ୍ୟ ସରକାର ବଡ଼ ବଡ଼ ପଦକ୍ଷେପ ନେଇଥିବା ବେଳେ ଜିଲ୍ଲା ପ୍ରଶାସନ ତରଫରୁ ବିପୁଳ ସହଯୋଗ ମିଳୁଛି । ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା ହେବ ବୋଲି ପୂର୍ବରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଥିବା ବେଳେ ଏବେ ଏହାକୁ ଅନୁସରଣ କରିଛି ଭଦ୍ରକ ଜିଲ୍ଲା ପ୍ରଶାସନ । ଭଦ୍ରକରେ ମଧ୍ୟ ଏଣିକି ରାସ୍ତାରେ ଛେପ ପକାଇଲେ ଜରିମାନା ଦେବାକୁ ପଡ଼ିବ ।

ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଆଜି ଏକ ଆଦେଶନାମାରେ କହିଛନ୍ତି, ସର୍ବସାଧାରଣସ୍ଥଳରେ ଛେପ ପକାଇଲେ ସଂପୃକ୍ତ ବ୍ୟକ୍ତିଙ୍କୁ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ । ସୂଚନାଯୋଗ୍ୟ, ଦିନକ ପୂର୍ବରୁ ଗଂଜାମ ଜିଲ୍ଲାପାଳ ଟୁଇଟ ଜରିଆରେ ସୂଚନା ଦେଇଥିଲେ ଯେ, ସର୍ବସାଧାରଣସ୍ଥଳରେ ଛେପ ପକାଇଲେ ସଂପୃକ୍ତ ବ୍ୟକ୍ତିଙ୍କ ଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ ।

ସମ୍ବନ୍ଧିତ ଖବର