ଆସିକା: ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ କୋଟିବାଡି, ଖଣ୍ଡାଦେଉଳି, ଦେବଭୂମି ଗ୍ରାମରେ ଚାଲିଥିବ ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ କରି ୨୧ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୬୭ ହଜାର ଟଙ୍କା ଜବତ କରିଛି। ଏହି ଗ୍ରାମ ମାନଙ୍କରେ ଖେଳ ଚାଲିଥିବା ଖବର ପାଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନିର୍ଦେଶ ପ୍ରକାରେ ଏକାଧିକ ଟିମ ଚଢ଼ାଉ କରିଥିଲେ।
/sambad/media/post_attachments/wp-content/uploads/2020/10/21f90a98-42e1-48c1-ad97-ce1977641c77-1024x576.jpg)
ପୁଲିସ ପକ୍ଷରୁ ୪ଟି ମାମଲା ରୁଜୁ ହୋଇଛି। ଖଣ୍ଡାଦେଉଳିର ଦୁଇଟି ସ୍ଥାନରୁ ୯ଜଣ, ଦେବଭୂମିରୁ ୫ ଜଣ ଓ କୋଟିବାଡିରୁ ୭ ଜଣ ଜୁଆଡ଼ି ଗିରଫ ହୋଇଛନ୍ତି। ଖଣ୍ଡଦେଉଳିରୁ ସୀମାଞ୍ଚଳ ସ୍ୱାଇଁ, ସିଦ୍ଧାନ୍ତ ସ୍ୱାଇଁ, କୃଷ୍ଣ ବିଶ୍ୱାଳ, ଭାସ୍କର ସ୍ୱାଇଁ, ଦିଲୀପ ବିଶ୍ୱାଳ, ସମୀର ସ୍ୱାଇଁ, ରିଙ୍କୁ ସ୍ୱାଇଁ, ରୋହିତ ଡାକୁଆ, ଅରୁଣ ଦଳାଇ, ଦେବଭୂମୀ ଗ୍ରାମରୁ ବାବୁଲା ନାହାକ, ବିକ୍ରମ ସାହୁ, କାଳୁ ପ୍ରଧାନ, ପିଣ୍ଟୁ ବେହେରା, କୁନା ଖୁଣ୍ଟିଆ, କୋଟିବାଡି ଗ୍ରାମରୁ ମନୋଜ ଗୌଡ଼, ବାୟା ଗୌଡ଼, ଅଶୋକ ଗୌଡ଼ ଚିନ୍ତାମଣି ଗୌଡ଼, ଏ ରାମା ରାଓ, ଏ ରବୀନ୍ଦ୍ର, ଆକୁଳ ସାହୁକୁ ଗିରଫ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/bb4e2c74-98f3-42a4-a0ed-e84a18e047df.jpg)