କୋରାପୁଟ: ଦୁବୃର୍ତ୍ତ ମାନେ ଶୁକ୍ରବାର ମାଉଜର ମୁନରେ ସାଢେ ୯ ଲକ୍ଷ ଟଙ୍କା ଲୁଟ କରି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ଦୁର୍ବୁତ୍ତ ମାନଙ୍କ ଦ୍ୱାରା ଆଜି ସହର ଉପକଣ୍ଠ ମସ୍ତିପୁଟ ପାଖରେ ଜଣେ ବ୍ୟବସାୟୀ ଏହି ଲୁଟର ଶିକାର ହୋଇଛନ୍ତି। ଏଥିନେଇ କୋରାପୁଟ ସଦର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଛାନଭିନ ଆରମ୍ଭ କରିଛି।

Advertisment

ଅଭିଯୋଗ ଅନୁସାରେ କୋରାପୁଟ ଜିଲ୍ଲା ଜୟପୁର ସହର ବ୍ୟବସାୟୀ ଭି. ଭାସ୍କର ତାଙ୍କର ଜଣେ ସହଯୋଗୀଙ୍କ ସହ ରାୟଗଡାର କାଶୀପୁର ସହରକୁ ଯାଉଥିଲେ। କାଜୁ ବ୍ୟବସାୟ କରୁଥିବା ଭାସ୍କର ବ୍ୟବସାୟିକ କାରଣ ପାଇଁ ଏକ କାରରେ ୯ ଲକ୍ଷ ୬୦ ହଜାର ଟଙ୍କା ନେଉଥିଲେ। ସେ ଯାଉଥିବା ସମୟରେ କୋରାପୁଟ-ଜୟପୁର ମୁଖ୍ୟ ରାସ୍ତାର ମସ୍ତିପୁଟ ପାଖାପାଖି ଏକ ବାଇକରେ ୩ ଜଣ ଯୁବକ ଆସି ସେମାନଙ୍କୁ ଅଟକାଇଥିଲେ। ପରେ ମାଉଜର ଦେଖାଇ ତାଙ୍କ ପାଖକୁ ସମସ୍ତ ଟଙ୍କା ଲୁଟି ନେଇଥିଲେ।

ଲୁଟର ଶିକାର ହେବା ପରେ ଭାସ୍କର କୋରାପୁଟ ସଦର ଥାନାରେ ଏଥି ନେଇ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି କିନ୍ତୁ ଲୁଟେରାଙ୍କ ସମ୍ପର୍କରେ କୌଣସି ସୂଚନା ପାଇ ପାରି ନାହିଁ। ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ସୂଚନାଯୋଗ୍ୟ ଦୁର୍ବୃତ୍ତ ମାନେ ଗୁରୁବାର ଡିକି ଭାଙ୍ଗି ଲୁଟ ହେବା ପରେ ଆଜି ମାଉଜର ଦେଖାଇ ଲୁଟ ଘଟଣା କୋରାପୁଟବାସୀଙ୍କୁ ଆତଙ୍କିତ କରି ଦେଇଛି।