ମୟୂରଭଂଜ: ଫ୍ଲାଇଂ ସ୍କ୍ଵାର୍ଡ-ପୁଲିସର ଚଢ଼ାଉ, ୨ଟି ସ୍ଥାନରୁ ଜବତ ହେଲା ୨ ଲକ୍ଷ ୯୫ ହଜାର ଟଙ୍କା

ବାରିପଦା: ଫ୍ଲାଇଂ ସ୍କ୍ଵାର୍ଡ ଓ ସ୍ଥାନୀୟ ପୁଲିସ ମିଳିତ ଚଢ଼ାଉ କରି ଶନିବାର ୨ଟି ସ୍ଥାନରେ ଅତର୍କିତ ଭାବେ ଚଢ଼ାଉ କରି ୨ ଲକ୍ଷ ୯୫ ହଜାର ଟଙ୍କା ଜବତ କରିଛି। ସୂଚନା ଅନୁସାରେ ପୁଲିସ ଟିମ ସଦର ଥାନା ଅନ୍ତର୍ଗତ ଗୁଞ୍ଜସାହି ପାଖରୁ ଏକ ନମ୍ବର ବିହୀନ ଟାଟା ଏସିଇରୁ ଚଢ଼ାଉ ବେଳେ ପୁଲିସ ଓ ସ୍କ୍ଵାର୍ଡ ଟିମ ୨ ଲକ୍ଷ ଟଙ୍କା ଜବତ କରିଛନ୍ତି। ଗାଡ଼ିଟି ରାସଗୋବିନ୍ଦପୁର ଆଡୁ ବାରିପଦା ଅଭିମୁଖେ ଆସୁଥିଲା।

ବାରିପଦା ନିର୍ବାଚନ ମଣ୍ଡଳୀ ଅଧିନରେ ଏହି ଟଙ୍କା ଜବତ ହୋଇଥିବାରୁ ଏହି ଟଙ୍କାକୁ ରିଟର୍ଣ୍ଣିଂ ଅଫସର ତଥା ବାରିପଦା ଉପଜିଲ୍ଲାପାଳଙ୍କ ନିକଟରେ ଜମା କରାଯାଇଛି। ସୂଚନା ଅନୁସାରେ ଜଣେ ବ୍ୟବସାୟୀ ନିଜର ବ୍ୟକ୍ତିଗତ ବ୍ୟବସାୟ ପାଇଁ ନେଇ ଯାଉଥିବା ବେଳେ ଏହି ଟଙ୍କା ଜବତ ହୋଇଛି। ମାତ୍ର ଯାଞ୍ଚ ବେଳେ ବ୍ୟବସାୟୀ ଉପଯୁକ୍ତ ପ୍ରମାଣ ପତ୍ର ଦେଖାଇ ପାରି ନାହାନ୍ତି।

ସେହିପରି ଟିମ୍‌ ବାଙ୍ଗିରିପୋଷସ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାନ୍ଦୁଆ ଥାନା ଅନ୍ତର୍ଗତ ବନ୍ଦାପା ଛକ (ଓଡ଼ିଶା-ପଶ୍ଚିମବଙ୍ଗ ସୀମା)ରୁ ଯାଞ୍ଚ ବେଳେ ପୁଲିସ ଓ ଫ୍ଲାଇଂ ସ୍କ୍ଵାର୍ଡ ଟିମ ବେଲୋରୋରୁ ୯୫ ହଜାର ଟଙ୍କା ଜବତ କରିଛି। ଜବତ ଟଙ୍କା ଜଣେ ବ୍ୟବସାୟୀଙ୍କର ବୋଲି କୁହାଯାଉଛି। ମାତ୍ର ବ୍ୟବସାୟୀ ଜଣକ ଆବଶ୍ୟକ ପ୍ରମାଣ ପତ୍ର ଦେଖାଇ ପାରି ନଥିବାରୁ ଏହାକୁ ଏଡିଏମ ଆବୋଲି ସୁନୀଲ ନରେଓ୍ଵଣେଙ୍କ ନିକଟରେ ଜମା କରାଯାଇଛି।

ସମ୍ବନ୍ଧିତ ଖବର