ରାଉରକେଲା: ବିଶ୍ରାଛକ ପେଟ୍ରୋଲ ପମ୍ପରେ ଜଣେ ବ୍ୟବସାୟୀଙ୍କ ଠାରୁ ଦୁର୍ବୃତ୍ତମାନେ ଲକ୍ଷେ ଟଙ୍କା ଲୁଟି ନେଇଛନ୍ତି। ଆଜି ଅପରାହ୍ନ ପ୍ରାୟ ୨ଟାରେ ସ୍କ୍ରାପ୍ ବ୍ୟବସାୟୀ ଶେଖ୍ ମତିଉର ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଉଥିବାବେଳେ ଦୁଇଜଣ ଦୁର୍ବୃତ୍ତ ହଠାତ୍ ସେଠାରେ ପହଞ୍ଚିଥିଲେ। ଶେଖ୍ ମତିଉର କାଖରେ ଜାକିଥିବା ପଲିଥିନ ଭର୍ତ୍ତି ଟଙ୍କା ବଣ୍ଡଲକୁ ଝାମ୍ପି ନେଇ ଫେରାର ହୋଇଯାଇଥିଲେ। ବ୍ୟବସାୟୀ ଜଣଙ୍କ ଏ ସଂକ୍ରାନ୍ତରେ ପ୍ଲାଣ୍ଟସାଇଟ୍ ଥାନାରେ ଲିଖିତ ଏତଲା ଦେଇଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
/sambad/media/post_attachments/wp-content/uploads/2020/12/ac23beaf-dda5-48a4-9a2b-998ead8b0189-1024x470.jpg)
ମିଳିଥିବା ସୂଚନା ମୁତାବକ ରହମତନଗର ବସ୍ତିର ଶେଖ ମତିଉର ସ୍କ୍ରାପ୍ ବ୍ୟବସାୟ କରନ୍ତି। ବିଶ୍ରାସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରୁ ଟଙ୍କା ଉଠାଇଥିଲେ। ପରେ ନିକଟରେ ଥିବା ପେଟ୍ରୋଲ ପମ୍ପକୁ ପେଟ୍ରୋଲ ପକାଇବାକୁ ଯାଇଥିଲେ। ମୋଟରବାଇକ୍ରେ ପେଟ୍ରୋଲ ପକାଇବାବେଳେ କାଖରେ ଟଙ୍କା ବଣ୍ଡଲକୁ ଜାକିଥିଲେ। ଗତକାଲି ବାସନ୍ତି କଲୋନି ଓଭରବ୍ରିଜ୍ ନିକଟରେ ଦୁଇଜଣ ଦୁର୍ବୃତ୍ତ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍ କରି ଫେରାର ହୋଇଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/petrol-pump-loot-15_Thumb.jpg)