ରାଉରକେଲା: ଷ୍ଟିଲ ପ୍ଳାଣ୍ଟ ସ୍ପୋର୍ଟ୍ସ ବୋର୍ଡ (ଏସ୍‌ପିଏସ୍‌ବି) ପକ୍ଷରୁ ସେକ୍ଟର-୫ସ୍ଥ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ଚାଲିଥିବା ଅନ୍ତଃଇସ୍ପାତ କାରଖାନା ହକି ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। ଏହି ପ୍ରତିଯୋଗିତାରେ ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ବିଜେତା ହୋଇଛି। ଆର୍‌ଏସ୍‌ପି ୩-୨ ଗୋଲରେ ଟାଟା ଷ୍ଟିଲ୍‌କୁ ପରାସ୍ତ କରିଥିଲା। ଉଲ୍ଲେଖଯୋଗ୍ୟ, ପ୍ରତିଯୋଗିତାସାରା ଆର୍‌ଏସ୍‌ପି ଦଳ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରିଥିଲା।

Advertisment

ସେମିଫାଇନାଲରେ ଭିଲାଇ ଷ୍ଟିଲ୍‌ ପ୍ଲାଣ୍ଟ୍‌କୁ ସିଧାସଳଖ ୫-୦ ଗୋଲରେ ପରାସ୍ତକରି ଫାଇନାଲ ସ୍ଥାନ ସୁରକ୍ଷିତ କରିଥିଲା। ପୁରସ୍କାର ବିତରଣୀ ଉତ୍ସବରେ ଆର୍‌ଏସ୍‌ପି ସହର ପ୍ରଶାସନ ଓ କର୍ପୋରେଟ ସାମାଜିକ ଦାୟିତ୍ଵ ବିଭାଗର ସିଜିଏମ ପି.କେ. ସ୍ବାଇଁ, ଟାଉନ୍ ଇଞ୍ଜିନିୟରିଂ ବିଭାଗର ଭାରପ୍ରାପ୍ତ ଜିଏମ ବି.କେ.ଜୋଜୋ, କ୍ରୀଡ଼ା ବିଭାଗର ଜିଏମ୍‌ ଆର.କେ. ବର୍ମା, କ୍ରୀଡ଼ା ବିଭାଗର ଆସିଷ୍ଟାଣ୍ଟ୍‌ ମ୍ୟାନେଜର ରଘୁନନ୍ଦନ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।