ଆରଟିଆଇ ମଗାଇ ଫସିଲେ ହିତାଧିକାରୀ: ଜେରେକ୍ସ, ଶ୍ରମମଜୁରୀ ଓ ଗାଡିଭଡା ପାଇଁ ଦେବେ ୫୮ ହଜାର ୪୦୦ ଟଙ୍କା

ବାଙ୍ଗିରିପୋଷି (ପ୍ରଭାତ କୁମାର ହୋତା): ମୂୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଚନ୍ଦନପୁର ନିବାସୀ ଅରୁଣ କୁମାର ବେହେରା ଚନ୍ଦନପୁର ଓ ଦିଘି ଫଚାୟତରେ ବିଭିନ୍ନ ଯୋଜନା ସଂପର୍କରେ ଜାଣିବା ପାଇଁ ଆରଟିଆଇ ମଗାଇ ଫସି ଯାଇଛନ୍ତି। ତଥ୍ୟ ପାଇବା ପାଇଁ ହେଲେ ଦେବାକୁ ପଡିବ ୫୮ ହଜାର ୪୦୦ଟଙ୍କା। ଟଙ୍କା କଥା ଶୁଣି ଅରୁଣଙ୍କ ମୁଣ୍ଡ ଘୂରାଇ ଯାଇଛି। ତଥ୍ୟ ମଧ୍ୟରେ ଅଛି ଫଚାୟତରୁ କେତେଜଣ ଭତ୍ତା, ଚାଉଳ ପାଉଛନ୍ତି, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ଯୋଜନା, ଚତୁର୍ଥ ରାଜ୍ୟ ଅର୍ଥ ଆଯୋଗ ଯୋଜନା,୨୦୧୭-୧୮, ୨୦୧୮-୧୯ରେ କାର୍ଯ୍ୟ ପାଇଁ କେତେ ଟଙ୍କା ଆସିଛି। ପ୍ରକୃତ ହିତାଧିକାରୀ ସମସ୍ତ ସୁବିଧା ପାଉଛନ୍ତି ନା ନାହିଁ ଜାଣିବା ପାଇଁ ଚାହୁଁ ଥିବା ଅରୁଣଙ୍କ ପାଇଁ ଚିନ୍ତା ବଢାଇ ଦେଇଛି ସୂଚନା ଅଧିକାରୀ ମାରିଥିବା ଟଙ୍କା।

ଚନ୍ଦନପୁର ଓ ଦିଘି ଫଚାୟତ ଚାଉଳ ଭତ୍ତା ତଥ୍ୟ ଦେବା ପାଇଁ ୨୧ ହଜାର ୮୦୦ ଟଙ୍କା ଓ ଅନ୍ୟାନ୍ୟ ତଥ୍ୟ ପାଇଁ ୩୬ ହଜାର ୬୦୦ ଟଙ୍କା ଫଚାୟତରେ ଜମା କଲେ ଅରୁଣଙ୍କୁ ମିଳିବ ତଥ୍ୟ। ସୂଚନା ଅଧିକାରୀ ଶଶଧର ସାହୁ ଲିଖିତ ରସିଦ ମାଧ୍ୟମରେ ଅକ୍ଟୋବର ୨୫ ତାରିଖ ଅରୁଣଙ୍କୁ ଟଙ୍କା ମାଗିଛନ୍ତି। ସବୁ ଠାରୁ ଆଶ୍ଚର୍ଯ୍ୟ କରିଛି ଉଭୟ ପଞ୍ଚାୟତର ତଥ୍ୟ ଜାଣିବା ପାଇଁ ଜେରକ୍ସ ବାବଦକୁ ୩୯ ହଜାର ୬୦୦, ଶ୍ରମମଜୁରୀ ୧୨ହଜାର, ଗାଡିଭଡା ବାବଦକୁ ୬ ହଜାର ଆଠ ଶହ ଟଙ୍କା ଅରୁଣଙ୍କୁ ଦେବାକୁ ପଡିବ। ଗାଡିଭଡା ଓ ଶ୍ରମିକ ମଜୁରୀ ବ୍ୟବସ୍ଥା ୨୦୦୫ ମସିହାରୁ ନାହିଁ ବୋଲି ସୂଚନା ଅଧିକାର କର୍ମୀ ତଥା ଓକିଲ ସୁଶିଲ ପାତ୍ର କହିଛନ୍ତି। ଲୋକ ସୂଚନା ଅଧିକାରୀଙ୍କ ବିରୁଦ୍ଧରେ ଉଚ୍ଚକର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି।

ସେହିପରି ପିଇଓ ତଥା ଲୋକ ସୂଚନା ଅଧିକାରୀ ଶଶଧର ସାହୁ କୁହନ୍ତି, ଆଗ ନିୟମ ଅନୁସାରେ ଦିଆଯାଉଛି। ବର୍ତ୍ତମାନ କଣ ହୋଇଛି ମୁଁ ଜାଣି ନାହିଁ।

ସମ୍ବନ୍ଧିତ ଖବର