ସୂଚନା ଅଧିକାର କର୍ମୀଙ୍କୁ ଗୁଳି କରି ହତ୍ୟା ଘଟଣା: ପରିବାର ଲୋକଙ୍କୁ ଭେଟିଲେ ୫ ଜଣିଆ ସୂଚନା ଅଧିକାର ଟିମ

ହତ୍ୟା ପଛରେ ରହିଛି ବିରାଟ ଷଡଯନ୍ତ୍ର, ଏଥିରେ ଅଛନ୍ତି ରାଜନେତା, ଅଫିସର ଓ ସୁପାରୀ କିଲର

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାରେ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ଗୁଳି କରି ହତ୍ୟା ଘଟଣାରେ ୫ ଜଣିଆ ସୂଚନା ଅଧିକାର ଟିମ୍‌ ବୁଧବାର ପୀଡ଼ିତ ପରିବାରର ଲୋକଙ୍କୁ ଭେଟିଛନ୍ତି। ସୂଚନା ଅଧିକାର କର୍ମୀଙ୍କୁ ମଙ୍ଗଳବାର ସକାଳ ୭ଟା ସମୟରେ ଯେଉଁଭଳି ଭାବରେ ବାଲିଗୁଡାସ୍ଥିତ ପାତ୍ରସାହିରେ ରହୁଥିବା ଅଭିମନ୍ୟୁ ପଣ୍ଡାଙ୍କୁ ଘରୁ ଡାକିଆଣି ହତ୍ୟା କରାଯାଇଥିଲା, ଏହାକୁ ସହଜରେ ଗ୍ରହଣ ହୋଇପାରୁ ନାହିଁ ବୋଲି ଓଡିଶା ରାଜ୍ୟ ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ କହିଛନ୍ତି।

ସେ କହିଛନ୍ତି ଅଭିମନ୍ୟୁ ଦୀର୍ଘ ୧୦ ବର୍ଷ ହେଲା ସୂଚନା ଅଧିକାର କର୍ମୀ ଭାବେ କାମ କରି ଆସୁଥିଲେ ଓ ଏହା ସହ ଜଗନ୍ନାଥ ମନ୍ଦିରର ଟ୍ରଷ୍ଟ ହେବା ପରେ ଟ୍ରଷ୍ଟର ସଦସ୍ୟ ଥିଲେ। ଏଥିରେ ମନ୍ଦିର ଅର୍ଥ ଲୁଟି ଥିବା ବ୍ୟକ୍ତି ବିରୋଧ କରିଥିଲେ ଓ କିଛି ତଥ୍ୟକୁ ନେଇ କିଛି ଠିକାଦାର, ମଦ ମାଫିଆ, ଜିଲ୍ଲାର ଯୋଗାଣ ବିଭାଗ, ଟ୍ରାନ୍‌ସପଟ ମାଲିକ, ଗୋଦାମ ମାଲିକଙ୍କ ସହ କିଛି ଅଫିସର ଙ୍କ ମୁଖା ଖୋଲି ଯାଇଥିଲା। ଯାହା ଫଳରେ ଏଭଳି ଷଡଯନ୍ତ୍ର କରି ହତ୍ୟା କରାଯାଇଛି। ଏଣୁ ନିରପେକ୍ଷ ତଦନ୍ତ ପାଇଁ ବିଚାର ବିଭାଗୀୟ ସହ ଏସଆଟି ତଦନ୍ତ କରିବା ପାଇଁ ଦାବି କରିଛନ୍ତି ପ୍ରଦୀପ ପ୍ରଧାନ।ପ୍ରଦୀପ ପ୍ରଧାନଙ୍କ ସହ ସୁବାଷ ମହାପାତ୍ର, ଅଞ୍ଜନ ରଥ, ମହମ୍ମଦ ଜିହ୍ଵାଉଦିନ ଓ ଜିତେନ୍ଦ୍ର ସାହୁ।

ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜକୁ ସଂଗ୍ରହ କରିଛି। ଜଗନ୍ନାଥ ମନ୍ଦିରର ପୂର୍ବତନ ସମ୍ପାଦକଙ୍କ ସମେତ ତାଙ୍କ ଚାରି ଭାଇଙ୍କୁ ପୁଲିସ ରଖି ପଚରା ଉଚରା କରୁଛି। ତାଙ୍କ ପରିବାର ଲୋକେ କହିଛନ୍ତି, ତାଙ୍କୁ ବାରମ୍ବାର ଧମକ ଆସୁଥିଲା ଏ ସମ୍ପର୍କରେ ପୁଲିସକୁ ଜଣାଇଛନ୍ତି। ଏଣୁ ଖୁବ ଶୀଘ୍ର ହତ୍ୟାକାରୀ, ଷଡଯନ୍ତ୍ରକାରି ଓ ଏଥିରେ ଥିବା ଲୋକଙ୍କୁ ଖୁବ ଶୀଘ୍ର ଚିହ୍ନଟ କରିବା ସହ ଗିରଫ କରି ପରିବାର ଲୋକଙ୍କୁ ଉପଯୁକ୍ତ ନ୍ୟାୟ ଦିଆ ଯାଉ।

ସମ୍ବନ୍ଧିତ ଖବର