ଆରଟିଓ ଏବଂ ପୁଲିସର ମିଳିତ ଚଢାଉ: ମୋଟର ଯାନ ଆଇନ୍ ଉଲ୍ଲଂଘନକାରୀଙ୍କଠାରୁ ୩ ଲକ୍ଷ ଟଙ୍କା ଜରିମାନା ଆଦାୟ

ବୈପାରିଗୁଡା: ଆଜି ବୈପାରିଗୁଡା ସହିଦ ଲକ୍ଷ୍ମଣ ନାୟକ ଛକଠାରେ କୋରାପୁଟ ଆରଟିଓ ଏବଂ ବୈପାରିଗୁଡା ପୁଲିସର ମିଳିତ ଚଢାଉରେ ଆଇନ ଅମାନ୍ୟକାରୀଙ୍କୁ ଧରପଗଡ କରିବା ସହ ତିନି ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି। ବିନା ଲାଇସେନ୍ସ, ବିନା ହେଲମେଟରେ ଗାଡ଼ି ଚଳାଇବା,ଦୃତ ଗାଡ଼ି ଚାଳନା, ଆବଶ୍ୟକୀୟ କାଗଜପତ୍ର ନଥିବା ଏବଂ ମଦ୍ୟପାନ କରି ଗାଡ଼ି ଚଳାଇବା ଭଳି ମୋଟର ଯାନ ଆଇନ୍ ଅମାନ୍ୟ କରିବା ଅଭିଯୋଗରେ ଗାଡ଼ି ଚାଳକମାନଙ୍କ ପାଖରୁ ୩,୦୨୯୪୬ ଟଙ୍କା ଜରିମାନା ଆକାରରେ ଆଦାୟ କରାଯାଇଛି।

ସମୁଦାୟ ୭୬ ଜଣ ଆଇନ ଅମାନ୍ୟକାରୀଙ୍କ ମଧ୍ୟରୁ ଦୁଇ ଜଣ ମଦ୍ୟପାନ କରି ଗାଡ଼ି ଚଳାଉଥିବା ବେଳେ ସେମାନଙ୍କ ମୋଟର ସାଇକେଲ ଜବତ କରିବା ସହ ୧୬ ଜଣଙ୍କର ଲାଇସେନ୍ସ ରଦ୍ଧ କରାଯାଇଥିବା ପ୍ରକାଶ। କୋରାପୁଟରୁ ସହକାରୀ ଆରଟିଓ ପିଏନ୍ ରାଓ, ଅତିରିକ୍ତ ଆରଟିଓ ତପନ ବେଟି, ଟ୍ରାଫିକ ସବ୍ଇନ୍ସପେକ୍ଟର ରାଜ ନାରାୟଣ ସ୍ବାଇଁ, କନେଷ୍ଟବଳ ସିତାଂଶୁ ଶେଖର ବେହେରାଙ୍କ ସହ ବୈପାରିଗୁଡା ପୁଲିସ ସବ୍ଇନ୍ସପେକ୍ଟର ଅସିତ କୁମାର ବଳବନ୍ତରାୟ ମହିଳା କନେଷ୍ଟବଳ ଏ.ମାଙ୍ଗାମା ଏବଂ ଅନ୍ୟମାନେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର