ରାଉରକେଲା: ଖେଳନା ବନ୍ଧୁକ ଦେଖାଇ ରାତିଅଧରେ ଲୋକଙ୍କୁ ଲୁଟିବାକୁ ଯୋଜନା ପ୍ରସ୍ତୁତ କରି ପ୍ରଥମ ଉଦ୍ୟମରେ ହିଁ ଫେଲ। ପୁଲିସ ଦ୍ୱାରା ବନ୍ଧା ହୋଇ ଏବେ ଜେଲର ଚାରି କାନ୍ଥ ଭିତରେ। ଏମିତି ଏକ ଘଟଣା ଘଟିଛି ରାଉରକେଲା ସହର ଉପକଣ୍ଠ ବନ୍ଧମୁଣ୍ଡା ଅଞ୍ଚଳରେ। ଗିରଫ ହୋଇ ଜେଲ ଯାଇଥିବା ଯୁବକ ଜଣକ ହେଲା ସ୍ଥାନୀୟ ଅଞ୍ଚଳର ବିଶାଳ ସିଂ। ଗତକାଲି ବିଳମ୍ବିତ ରାତିରେ ବଡ଼ବିଲରୁ ଝାରସୁଗୁଡା ଅଭିମୁଖେ ଯାଉଥିବା ଏକ ବୋଲେରୋ ଗାଡିକୁ ବନ୍ଧମୁଣ୍ଡା, ଡିଜେଲ ଛକରେ ଅଟକାଇ ଥିଲା ବିଶାଳ। ଚାଳକ ମହମ୍ମଦ ରଫିଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ଟଙ୍କା ଲୁଟିବାକୁ ଉଦ୍ୟମ କରିଥିଲା।
/sambad/media/post_attachments/wp-content/uploads/2021/06/8de1addb-7dc4-4219-ae63-36802fd80b54.jpg)
ତେବେ, ସାହାସ ଜୁଟାଇ ମହମ୍ମଦ ରଫି ଗାଡିକୁ ଆଗକୁ ବଢ଼ାଇ ଚାଲିଯାଇଥିଲେ। କିଛିବାଟ ଯିବାପରେ ଗାଡି ଅଟକାଇ ଗୁଗୁଲ ସର୍ଚ୍ଚ ଜରିଆରେ ଫୋନ ନମ୍ବର ବାହାର କରି ବନ୍ଧମୁଣ୍ଡା ଥାନାକୁ ଏନେଇ ଖବର ଦେଇଥିଲେ ଏବଂ ସେହି ରାସ୍ତାଦେଇ ଯା'ଆସ କରୁଥିବା ଲୋକେ ଉକ୍ତ ଅସାମାଜିକ ଯୁବକର ହାବୁଡ଼ରେ ପଡିବାର ଆଶଙ୍କା ଜାହିର କରି ଗନ୍ତବ୍ୟ ସ୍ଥଳକୁ ବାହାରି ଯାଇଥିଲେ। ଏହାପରେ ପୁଲିସ ସେଠାରେ ପହଁଚି ବିଶାଳ କୁ କାବୁ କରିବା ସହ ତା' ନିକଟରୁ ସତ ଭଳି ଦେଖାଯାଉଥିବା ଖେଳନା ପିସ୍ତଲ ଜବତ କରି ଗିରଫ କରିଥିଲା। ଆଜି ବିଶାଳକୁ ବନ୍ଧମୁଣ୍ଡା ପୁଲିସ ବିଭିନ୍ନ ଦଫାରେ କୋର୍ଟ ଚାଲାଣ କରିବାପରେ ଜାମିନ ଖାରଜ ହେବାରୁ ଜେଲ ଯାଇଛି ଅଭିଯୁକ୍ତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/0cc84e45-ee67-4a7a-bf1e-224694c5df03.jpg)