ଭିଡିଓରେ ଦେଖନ୍ତୁ ବରଗଡ଼ରେ କେମିତି ଜଳିଗଲା ଚଳନ୍ତା କାର, ଉଦ୍ଧାର ପରେ ଦୌଡ଼ି ପଳାଇଲେ ଚାଳକ

ବରଗଡ଼: ଶନିବାର ରାତି ପ୍ରାୟ ୮ଟାରେ ବରଗଡ଼ ସହର ଭଟଲି ଛକଠାରେ ଏକ ମାରୁତି କାର ଚଳନ୍ତା ଅବସ୍ଥାରେ ନିଆଁ ଲାଗିଛି। କାର୍‌ରେ ନିଆଁ ଲାଗିବା ପରେ ଏହା ଅଳ୍ପ ସମୟ ମଧ୍ୟରେ ପୋଡ଼ି ନଷ୍ଟ ହୋଇଯାଇଛି। ତେବେ ସବୁଠାରୁ ଖୁସିର କଥା ହେଲା ଯେ, ଏହି ଅଘଟଣାରୁ ଚାଳକ ବର୍ତ୍ତିଯାଇଛନ୍ତି। କିନ୍ତୁ ସେ ଟ୍ରାଫିକ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର ହେବା ପରେ ଘଟଣାସ୍ଥଳରୁ ଦୌଡ଼ି ପଳାୟନ କରିଛନ୍ତି।

ସୂଚନା ଅନୁସାରେ ଭଟଲି ଛକ ଅତିକ୍ରମ କରୁଥିବା ବେଳେ କାରରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା। ଡ୍ୟୁଟି କରୁଥିବା ଟ୍ରାଫିକ୍‌ କର୍ମଚାରୀମାନେ କାରକୁ ଅଟକାଇ ଚାଳକଙ୍କୁ ଉଦ୍ଧାର କରିଥିଲେ। ପରେ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚିଥିଲେ। କାରଟି ସଂପୂର୍ଣ୍ଣ ରୂପେ ଜଳିଯାଇଥିବା ବେଳେ ଟ୍ରାଫିକ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଚାଳକ ବର୍ତ୍ତିଯାଇଥିଲେ।

ସମ୍ବନ୍ଧିତ ଖବର