ମାଲକାନଗିରି: ମାଲକାନଗିରି ବ୍ଲକର ସିନ୍ଧ୍ରିମାଳ ପଞ୍ଚାୟତର ପଦ୍ମପୁର ଏବଂ ତମସା ପଞ୍ଚାୟତର ବୈଲାପାରି ଗ୍ରାମର ରାସ୍ତା ଏବେ ଶୋଚନୀୟ ହୋଇପଡିଛି।ଗତ କିଛି ଦିନ ହେଲା ଲଗାଣ ବର୍ଷାରେ ଏହି ରାସ୍ତାରେ ଯିବା ଆସିବା କଷ୍ଟକର ହୋଇପଡିଛି।ବିଶେଷକରି ଏହି ରାସ୍ତା ଦେଇ ପିଲାମାନେ ସ୍କୁଲ ଯିବା ଆସିବା କରୁଥିବାରୁ ପିଲାମାନେ କାଦୁଅରେ ପଚ ପଚ ହୋଇ ସ୍କୁଲ ଯାଇଥାନ୍ତି ଏବଂ ଫେରିଥାନ୍ତି।ବାରମ୍ବାର ଏନେଇ ପଞ୍ଚାୟତ ନିକଟରେ ଗୁହାରି କଲେ ଏହାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ କରିବ ବୋଲି ସେମାନେ ସଫେଇ ଦେଉଥିବା ବେଳେ ଅନ୍ୟଦିଗରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକରୀମାନେ ଆମେ ଏହି ରାସ୍ତା ସଂପର୍କରେ ଜାଣିନାହୁଁ ବୋଲି ଯୁକ୍ତି ବାଢନ୍ତି।ଆମକୁ ଏହି ରାସ୍ତା ହସ୍ତାନ୍ତର କଲେ ହିଁ ଆମେ କାମ କରିବୁ ବୋଲି କହିଛନ୍ତି। ତେବେ କିଏ ଏହି ରାସ୍ତାର ମରାମତି କରିବ ସେନେଇ ବିବାଦ ଉପୁଜିଛି।
/sambad/media/post_attachments/wp-content/uploads/2022/09/Mkg-road-damaged-dabi-patra-pradan-2.jpg)
ତେବେ ଏହି ଦୁଇ ବିଭାଗ ମଧ୍ୟରେ ଲାଗି ରହିଥିବା ବିବାଦ ଛିଣ୍ଡୁନଥିବାରୁ ଗ୍ରାମବାସୀ ଏଥିପାଇଁ ଅସୁବିଧା ଭୋଗୁଛନ୍ତି। ରାସ୍ତାର ଅବସ୍ଥା ଏତେ ଶୋଚନୀୟ ହୋଇପଡିଛି ଯେ ପାଦରେ ଚାଲିଯିବା ମଧ୍ୟ କଷ୍ଟକର ହୋଇପଡୁଛି। ରୋଗୀ କିମ୍ବା ଗର୍ଭବତୀ ମହିଳାଙ୍କୁ ଏହି ଗ୍ରାମରୁ ମେଡିକାଲକୁ ନେବାକୁ କେତେ କଷ୍ଟ ଲୋକେ ସ୍ବୀକାର କରୁଥିବା ତାହା ସହଜରେ ଅନୁମେୟ। ସମସ୍ତ ନେତା ଏବଂ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ କେହି ଦୃଷ୍ଟି ଦେଉନଥିବାରୁ ସମାଜସେବୀ କେ.ଦେଶୀରାଜୁ ଆଚାରୀ ଏନେଇ ଆନ୍ଦୋଳନ କରିବେ ବୋଲି ଧମକ ଦେଇଛନ୍ତି।
ଆଜି ଶ୍ରୀ ଆଚାରୀ ନିଜର ସମର୍ଥକମାନଙ୍କୁ ନେଇ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଦାବିପତ୍ର ପ୍ରଦାନ ବେଳେ ଉତ୍ସବାନନ୍ଦ ଚୌଧୁରୀ, ସମୀର ବୈରାଗୀ, ପ୍ରଶାଂଞ୍ଜିତ, ଅମ୍ରିତା ପଦ୍ମପୁର ବାସୀ କମୁଲୁ ପାଙ୍ଗି, ମୁଲିଆ ଖରା, ରାମ ଖିଲା, ରମେଶ ପାଙ୍ଗି, ବଳରାମ ପାଙ୍ଗି, ବୈଲାପରିର ଭୀମ ମାଡକାମୀ ଓ ମାସ ମାଡକାମୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/661b1f53-4a85-487a-bc94-4c58a1294b1e.jpg)