ସବ୍ୟସାଚୀ ମିଶ୍ରଙ୍କ ବଦାନ୍ୟତା: କୋରାପୁଟରୁ ଆମ୍ବୁଲାନ୍ସରେ ଭୁବନେଶ୍ବର ଗଲେ ଗର୍ଭବତୀ

କୋରାପୁଟ: ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ବଦାନ୍ୟତା। କୋରାପୁଟ ସହର ଗୌତମନଗର ବାସିନ୍ଦା ତଥା ଗର୍ଭବତୀ ବିଶ୍ବକଲ୍ୟାଣୀ ସାମଲଙ୍କୁ ସବ୍ୟସାଚୀ ସହାୟତାର ହାତ ବଢ଼ାଇଛନ୍ତି।

ବିଶ୍ବକଲ୍ୟାଣୀ ୬ମାସର ଗର୍ଭବତୀ ରହିଥିବାବେଳେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ମା ଓ ଗର୍ଭରେ ଥିବା ଶିଶୁର ଜୀବନ ପ୍ରତି ବିପଦ ଥିବା ନେଇ ତାଙ୍କ ଭାଇ ଟ୍ବିଟରରେ ସହଯୋଗ ଲୋଡିଥିଲେ। କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତରଙ୍କ ସହାୟତ‌ାରେ ଏକ ଆମ୍ବୁଲାନ୍ସ ମାଧ୍ୟମରେ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା। ଏବେ ସେ ଆମ୍ରି ହସ୍ପିଟା‌ଲରେ ଚିକିତ୍ସିତ ହେଉଛନ୍ତି।

ଏହି ଘଟଣା ଓଡିଆ ଅଭିନେତା ସବ୍ୟସାଚୀଙ୍କ ଦୃଷ୍ଟିକୁ ଆସିବାପରେ ସେ ସହଯୋଗର ହାତ ବଡାଇଛନ୍ତି। ବିଶ୍ବକଲ୍ୟାଣୀଙ୍କ ପରିବାରକୁ କୋରାପୁଟ ଜିଲ୍ଲାପାଳଙ୍କ ନଜରକୁ ଆଣିଥିଲେ । ଜିଲ୍ଲାପାଳ ତୁରନ୍ତ ଲାଇଫ ସପର୍ଟ ଆମ୍ବୁଲାନସ ବ୍ୟବସ୍ଥାକରି  ଭୁବନେଶ୍ବର ସ୍ଥାନାନ୍ତର କରିଥିଲେ। ଭୁବନେଶ୍ବରରେ ସବ୍ୟସାଚୀ ଓ ତାଙ୍କ ଟିମଙ୍କ ତତ୍ବାବଧାନରେ ବିଶ୍ବକଲ୍ୟାଣୀକୁ ଭୁବନେଶ୍ବର ଆମ୍ରି ହସପିଟାଲରେ ଭର୍ତ୍ତି କରାଯାଇଛି । ବିଶ୍ବ କଲ୍ୟାଣୀ ଖୁବଶୀଘ୍ର ସୁସ୍ଥ ହୋଇଯିବେ ବୋଲି ସବ୍ୟସାଚୀ ଟୁଇଟ କରିଛନ୍ତି ।

ସମ୍ବନ୍ଧିତ ଖବର