ସଫେଇ କର୍ମଚାରୀଙ୍କୁ ସମ୍ମାନିତ କଲା ଖୋର୍ଦ୍ଧା ପୌର ପ୍ରଶାସନ

ଖୋର୍ଦ୍ଧା : କରୋନା ସଂକ୍ରମଣ ସମୟରେ ନିଷ୍ଠାପର ଭାବେ ସଫେଇ କର୍ମଚାରୀ, ସ୍ୱଚ୍ଛସାଥି ସଫେଇ କାର୍ଯ୍ୟ କରିଥିବାରୁ ସେମାନଙ୍କୁ ଖୋର୍ଦ୍ଧା ପୌର ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଛି ।

ଆଜି ଏକ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଜିଲ୍ଲାପାଳ ସନତ କୁମାର ମହାନ୍ତି, ପିଡି ଡିଆରଡିଏ ଦିଗନ୍ତ ରାଉତରାୟ, ଜିଲ୍ଲା ସହରାଂଚଳ ବିକାଶ ପ୍ରକଳ୍ପ ନିର୍ଦେଶକ, ପୌର ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥୀ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ସଫେଇ କର୍ମଚାରୀ, ସ୍ୱଚ୍ଛସାଥି, ସ୍ୱଚ୍ଛ ସୁପରଭାଇଜର, ଆବର୍ଜନା ଉଠାଇବା ଗାଡ଼ି ଚାଳକଙ୍କ ସକାଶେ ଏକ ଖାଦ୍ୟପେୟର ଆୟୋଜନ କରାଯିବା ସହ ସେମାନଙ୍କୁ ନିଜ ହାତରେ ଅଧିକାରୀମାନେ ଖାଦ୍ୟ ପରଷିଥିଲେ । କରୋନା ସମୟରେ ସହରକୁ ସ୍ୱଚ୍ଛ ଓ ପରିଷ୍କାର ରଖିବାରେ ନିଷ୍ଠାପର ଭାବେ କାର୍ଯ୍ୟକରିଥିବାରୁ ପ୍ରଶଂସିତ କରିଥିଲେ । ଏହି ଅବସରରେ ସହରର ପରିମଳ ବ୍ୟବସ୍ଥା ନିମନ୍ତେ ନିୟମିତ ଅଳିଆ ଆବର୍ଜନା ଉଠାଇବା ସକାଶେ ୫ଟି ଟାଟା ଏସି ଗାଡ଼ିର ଶୁଭାରମ୍ଭ କରାଯାଇଥିଲା ।

 

ସମ୍ବନ୍ଧିତ ଖବର