ରାୟଗଡା: ରାୟଗଡା ସ୍ଥିତ ଜେକେପୁର ଠାରେ ଅବସ୍ଥାପିତ ଜେ.କେ ପେପର ମିଲ ପରିସରରେ ୫୨ତମ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନତନା ରାଲିର ଆୟୋଜନ ମଧ୍ୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କମରସିଆଲର ଉପସଭାପତି ବିଶ୍ବଜିତ ଦ୍ବିବେଦୀ ଉପସ୍ଥିତ ରହି ପତାକା ଦେଖାଇ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ଅନ୍ୟତମ ଅତିଥି ଭାବେ ଫ୍ୟାକ୍ଟ୍ରି ଏବଂ ବଏଲର ବିଭାଗର ଅତିରିକ୍ତ ନିର୍ଦେଶକ ରଞ୍ଜିତ କୁମାର ନାୟକ, ଡେପୁଟି ଡିରେକ୍ଟର ଏସ.ଏନ ସେଠୀ ମଧ୍ୟ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା ‘ସମସ୍ତଙ୍କୁ ସୁରକ୍ଷା,ଶୂନ କ୍ଷତ’।

Advertisment

ଏହି ଅବସରରେ ସୁରକ୍ଷା ପ୍ରଶ୍ନମଞ୍ଚ ପ୍ରତିଯୋଗିତା, ସ୍ଲୋଗାନ ପ୍ରତିଯୋଗିତା କମ୍ପାନିର କର୍ମଚାରୀ ଏବଂ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସୁରକ୍ଷା ବିଭାଗ ପକ୍ଷରୁ ଆୟୋଜିତ ହୋଇଥିଲା। ଏହି କମ୍ପାନିର କର୍ମଚାରୀ ସମେତ ସେମାନଙ୍କ ପତ୍ନୀମାନଙ୍କୁ ନେଇ ଏକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଶ୍ରୀ ଦ୍ବିବେଦୀ ୨୦୨୨ ମସିହାରେ କମ୍ପାନିର କର୍ମଚାରୀ ମାନଙ୍କ କୌଣସି କ୍ଷତି ହୋଇ ନଥିବାରୁ ପ୍ରଶଂସା କରିବା ସହ ଆଗକୁ ମଧ୍ୟ ଏଭଳି ସ୍ଥିତି ବଜାୟ ରଖିବା ପାଇଁ ପରାମର୍ସ ଦେଇଥିଲେ। ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।