ନକ୍ସଲ ନର୍ମିତ ସହିଦସ୍ତମ୍ଭକୁ ଧ୍ବଂସ କଲେ ଯବାନ

ମାଲକାନଗିରି: ସୀମାନ୍ତରେ ପୁଲିସ ଓ ସୁରକ୍ଷା ବାହିନୀର ଯମାନମାନେ ମାଓବାଦୀଙ୍କ ବିରୋଧରେ ଅପରେସନ ଜାରି ରଖିଛନ୍ତି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଅଂଚଳରେ ନକ୍ସଲଙ୍କ ଦ୍ବାରା ନିର୍ମାଣ କରାଯାଇଥିବା ଦୁଇଟି ସହିଦସ୍ତମ୍ଭକୁ ପୁଲିସ ଓ ସିଆରପିଏଫ୍‌ ଯବାନ ମାନେ ଧ୍ବଂସ କରିଛନ୍ତି। ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ ଏବଂ ସିଆରପିଏଫ୍‌ ଯବାନ ଅରମପାଲ୍ଲୀ ଏବଂ ନିକଟସ୍ଥ ଗ୍ରାମଗୁଡିକରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।

ତେବେ ଏହି ଅରମପାଲ୍ଲୀ ନିକଟରେ ରହିଥିବା ନକ୍ସଲଙ୍କ ସହିଦସ୍ତମ୍ଭ ବିଷୟରେ ଲୋକଙ୍କୁ ପଚରାଉଚରା କରିଥିଲେ। ଲୋକେ ସ୍ଥନୀୟ ଦୁଇ ନକ୍ସଲଙ୍କ ମୃତ୍ୟୁ ପରେ ଏହି ଦୁଇ ସହିଦସ୍ତମ୍ଭ ନିର୍ମାଣ କରାଯାଇଥିବା କହିଥିଲେ। ତୁରନ୍ତ ଯବାନ ଏହି ଦୁଇ ସହିଦସ୍ତମ୍ଭକୁ ଧ୍ବଂସ କରିଥିଲେ। ନକ୍ସଲଙ୍କ ଗତିବିଧି ଏହି ଅଂଚଳରେ ବେଶୀ ରହିଥିବାରୁ ପୁଲିସ ଏହି ଅଂଚଳକୁ ଘନ ଘନ ଚଢାଉ କରୁଥିବା କୁହାଯାଇଛି। ତେବେ ନକ୍ସଲଙ୍କୁ ଆଗକୁ ସମର୍ଥନ ନକରିବା ପାଇଁ ଗ୍ରାମବାସୀଙ୍କୁ ପୁଲିସ ବୁଝାଇଥିଲା। ଗ୍ରାମର ବିକାଶ ଚାହୁଁଥିଲେ ସରକାରଙ୍କର ସମସ୍ତ ବିକାଶ ଧାରାକୁ ସହଯୋଗ କରନ୍ତୁ ବୋଲି ଗ୍ରାମବାସୀକୁ କୁହାଯାଇଥିଲା।

ସମ୍ବନ୍ଧିତ ଖବର