ତୁମୁଡ଼ିବନ୍ଧ: ସିପିଆଇ (ମାଓବାଦୀ) ପକ୍ଷରୁ ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ୍ ଶପଥ ପାଳିବାକୁ ଯାଉଛନ୍ତି। ଏଥିପାଇଁ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ, ବେଲଘର କୋଟଗଡ଼ ଓ ବାଲିଗୁଡ଼ା ଥାନା ଅଞ୍ଚଳରେ ମାଓବାଦୀ ସକ୍ରିୟ ଥିବା ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ଏଥିପାଇଁ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ସହ ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖା ଯାଇଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଚଳାଚଳ କରୁଥିବା ସମସ୍ତ ସରକାରୀ ବସ୍ ଚଳାଚଳ ଆଜିଠାରୁ ବନ୍ଦ ରହିଛି।
କନ୍ଧମାଳ ଜିଲ୍ଲା ସୀମାକୁ ଲାଗିଥିବା, ବୌଦ୍ଧ, ନୟାଗଡ଼, ଗଞ୍ଜାମ, କଳାହାଣ୍ଡି, କୋରାପୁଟ ଏବଂ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସୀମାନ୍ତ ଅଞ୍ଚଳରେ ମାଓ ଚଳପ୍ରଚଳ ତଥା ବସବାସ କରି ବେଶ୍ ସକ୍ରିୟ ଥିବା ଦେଖାଯାଉଛି। ମାଓବାଦୀ ଜିଲ୍ଲାରେ ସ୍ଥିତି ଜାହିର କରିବାକୁ ଚେଷ୍ଟା ଜାରି ରଖିଥିବା ଏବଂ ଅନେକ ସମୟରେ ପୋଷ୍ଟର ଲଗାଇବା, ଠିକାଦାରଙ୍କ ଗାଡ଼ିପୋଡ଼ି, ଗଛପକାଇ ରାସ୍ତା ଅବରୋଧ ଓ ପୁଲିସ ଇନ୍ଫରର୍ମର ସନ୍ଦେହରେ ନିରୀହ ଲୋକଙ୍କୁ ମୃତ୍ୟୁଦଣ୍ଡ ଦେଉଥିବା ଦେଖାଯାଉଛି।
ତେବେ ଜିଲ୍ଲାରେ ବିଜିଏନ୍ (ବଂଶଧାରା ଘୁମୁସର ନାଗାବଳୀ) ଡିଭିଜନ ଏବଂ କେକେବିଏନ (କଳାହାଣ୍ଡି କନ୍ଧମାଳ ବୌଦ୍ଧ ନୟାଗଡ଼) ଡିଭିଜନ୍ ମାଓବାଦୀ ସକ୍ରିୟ ଥିବା କହିଛି ଗୁଇନ୍ଦା ବିଭାଗ। ଗତ ତିନି ବର୍ଷରେ ପୁଲିସ ମଧ୍ୟ ମାଓ ଦମନରେ ସଫଳତା ପାଇଛି, ୧୭ ମାଓବାଦୀ ନିହତ ହୋଇଥିବା ବେଳେ ୫ ଜଣ ଆତ୍ମସମର୍ପଣ କରିଛନ୍ତି। ତେବେ ଜିଲ୍ଲାରେ ନକ୍ସଲମାନେ ଅନେକ ସମୟରେ ସାଧାରଣ ଲୋକଙ୍କୁ ପୁଲିସ ଇନ୍ଫର୍ମର ସନ୍ଦେହରେ ହତ୍ୟା କରୁଛନ୍ତି। ଅନ୍ୟପଟେ ନିରୀହ ଜନତାଙ୍କୁ ମଧ୍ୟ ଅନେକ ସମୟରେ ମାଓ ସମର୍ଥକ ବୋଲି ପୁଲିସ ଉଠାଇ ନେଉଥିବା ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/odisha-bus-1589277865.jpg)