ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ଏବେ ମନସୁନ ଅପରେସନ ଚାଲିଛି। ଗତ ୨୮ ତାରିଖରୁ ସହିଦ ସପ୍ତାହ ଚାଲିଥିବା ବେଳେ ୩ ତାରିଖରେ ଏହି ସପ୍ତାହ ସରିବ। ତେବେ ସହିଦ ସପ୍ତାହକୁ ଆଖିଆଗରେ ରଖି ସୁକମା ଜିଲ୍ଲାର କୋବ୍ରା ଓ ସିଆରପିଏଫ ବାଟାଲିୟନର ଯବାନ ତିମାପୁରମ ଜଂଗଲରେ ସର୍ଚ୍ଚ ଅପରେସନ କରୁଥିଲେ। ସେହି ଜଂଗଲରେ ନକ୍ସଲ ଗ୍ରାମବାସୀଙ୍କୁ ନେଇ ସହିଦ ସପ୍ତାହ ପାଳନ କରିବା ନେଇ ଯୋଜନା କରିଥିଲେ। ତେବେ ଯବାନ ତୁରନ୍ତ ସେହି ବିଶାଳ ସହିଦସ୍ତମ୍ଭକୁ ଧ୍ବଂସ କରିଥିଲେ। ସହିଦସ୍ତମ୍ଭକୁ ଯବାନ ମାଟିରେ ମିଶାଇ ଦେଇଥିଲେ।

Advertisment

ଏଥିସହ ଗ୍ରାମବାସୀଙ୍କୁ ନକ୍ସଲଙ୍କ ମିଥ୍ୟା କଥାରେ ନପଡି ସରକାରଙ୍କ ବିକାଶ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ପାଇଁ ବୁଝାଇଥିଲେ। ସରକାରଙ୍କର ଆତ୍ନନିର୍ଭରଶୀଳ ନୀତି ସଂପର୍କରେ ମଧ୍ୟ ବୁଝାଇଥିଲେ। ଲୋକେ ନକ୍ସଲଙ୍କୁ ସମର୍ଥନ ନକରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏବେ ନକ୍ସଲ ସହିଦ ସପ୍ତାହ ପାଳନ କରିବା ପାଇଁ ଦୁର୍ଗମ ଗାଁଗୁଡିକରେ ଲୋକଙ୍କୁ ବୁଝାଉଥିଲେ ମଧ୍ୟ ସୁରକ୍ଷାକର୍ମୀ ସେହି ଅଂଚଳରେ ସର୍ଚ୍ଚ ଅପରେସନ କରି ନକ୍ସଲଙ୍କ ଏହି ସପ୍ତାହକୁ ପଣ୍ଡ କରିବାରେ ସଫଳ ହେଉଛନ୍ତି। ଯେଉଥିପାଇଁ ନକ୍ସଲ ଏବେ ହରଡଘଣାରେ ପଡିଛନ୍ତି।