ଖୋର୍ଦ୍ଧା ସମ୍ବାଦ ସାହିତ୍ୟ ଘରର ମାସିକ ସାହିତ୍ୟ ଆସର

ଖୋର୍ଦ୍ଧା: ଖୋର୍ଦ୍ଧା ‘ସମ୍ବାଦ’ ସାହିତ୍ୟ ଘରର ମାସିକ ବୈଠକ ଓ କବିତା ପାଠ ଆଜି ଖୋର୍ଦ୍ଧା ଜିଲ୍ଲା ‘ସମ୍ବାଦ’ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ‘ସମ୍ବାଦ’ ସାହିତ୍ୟ ଘରର ସଭାପତି ସତ୍ୟବାଦୀ ବଳିଆରସିଂହ ଅଧ୍ୟକ୍ଷତା କରିଥିଲେ। କବିତା ପାଠ କାର୍ଯ୍ୟକ୍ରମର ସଂଯୋଜନା ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ମହାରଣା କରିଥିଲେ। ଏହାସହ ଓଡ଼ିଶାର ଶିଶୁ ସାହିତ୍ୟ ଓ କବିତା ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ସମରଜିତ ପଟ୍ଟନାୟକ, ଜ୍ଞାନ ରଂଜନ ଦାସ, କୃଷ୍ଣଚନ୍ଦ୍ର ହରିଚନ୍ଦନ, ଭୀମସେନ ପ୍ରଧାନ, ଡଃ. ବୃନ୍ଦାବନ ପଣ୍ଡା, ପ୍ରଫୁଲ୍ଲ କୁମାର ସାମନ୍ତରାୟ, ଶିବ ସୁନ୍ଦର ପଟ୍ଟନାୟକ ପ୍ରମୁଖ ଆଲୋଚନାରେ ଭାଗ ନେଇ ଓଡ଼ିଶାର ଶିଶୁ ସାହିତ୍ୟର ବିକାଶ ଓ ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

କବିତା ପାଠରେ, କୈଳାସ ଚନ୍ଦ୍ର ପୃଷ୍ଟି, ବିକ୍ରମ କେଶରୀ ଚମ୍ପତି, ଦିବ୍ୟ ଲୋଚନ ଭାରୀମଲ୍ଲ, ଅନିରୁଦ୍ଧ ମହାନ୍ତି, ଡଃ. ଚପଳା କୁମାରୀ ପଣ୍ଡା, ଜ୍ୟୋତିପ୍ରଭା ପଟ୍ଟନାୟକ, ଡଃ. ନୀଳାଦ୍ରିନାଥ ଜଗଦେବ, ସୁଶାନ୍ତ ହରିଚନ୍ଦନ, ସୌଭାଗ୍ୟ କୁମାର କର, ନାରାୟଣ ଦାସ, ରାଜ କିଶୋର ବଳିଆରସିଂହ, ଅନୁସୟା ସାମନ୍ତରାୟ, ବିଦ୍ୟାଧର ଲେଙ୍କା, ରାମ ଶଙ୍କର, ଗୟା ପ୍ରସାଦ ମିଶ୍ର, ନଳିନୀ ଦାଶ, ପି. ତ୍ରିପତି ବାଲାଜୀ ପାତ୍ର, ବାସନ୍ତୀ ଦେଈ ପ୍ରମୁଖ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡେଲାଙ୍ଗର ଜଣାଶୁଣା ବ୍ୟଙ୍ଗକାର ଲକ୍ଷ୍ମୀଧର ଦଳାଇ, କବୟତ୍ରୀ ନଳିନୀ ଦାଶଙ୍କ ସ୍ୱାମୀ ଉମେଶ ଚନ୍ଦ୍ର ଦାଶ ଓ ଓଟିଭିର ସାମ୍ବାଦିକ ଅରିନ୍ଦମ ଦାଶଙ୍କ ବିୟୋଗରେ ନିରବ ପ୍ରାର୍ଥନା ସହ ଶ୍ରଦ୍ଧାଂଜଳି ଦିଆଯାଇଥିଲା। କୋଷାଧ୍ୟକ୍ଷା ଇତିଶ୍ରୀ ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର