ଡମପଡ଼ା: ଭାଷା ଓ ଭାବକୁ ନେଇ ଯେଉଁ ଖେଳ ଖେଳାଯାଏ, ତାହା ହେଉଛି ସାହିତ୍ୟ। ସମାଜର ସମୂହ ହିତ ସାଧନ ସାହିତ୍ୟର ଲକ୍ଷ୍ୟ। ସାହିତ୍ୟ ଓ ରାଜନୀତିର ଲକ୍ଷ୍ୟ ସମାନ। ସାମାଜର ବିଧି ବ୍ୟବସ୍ଥାରେ ଅସଂଗତି ଦେଖାଦେଲେ ସାହିତ୍ୟିକମାନେ ସ୍ବର ଉତ୍ତୋଳନ କରିବା ଉଚିତ୍‌ ବୋଲି କହିଛନ୍ତି ‘ସମ୍ବାଦ’ର ସମ୍ପାଦକ, ‘ସମ୍ବାଦ ସାହିତ୍ୟଘର’ର ପ୍ରତିଷ୍ଠାତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ଡମପଡ଼ା ‘ସମ୍ବାଦ ସାହିତ୍ୟଘର’ ପ୍ରଥମ ବାର୍ଷିକ ଉତ୍ସବରେ ଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ପ୍ରଶ୍ନ ପଚାରିବାର ସାମର୍ଥ୍ୟ ସାହିତ୍ୟିକର ରହିବା ନିହାତି ଜରୁରୀ। ବିଗତ ଦିନରେ ପଣ୍ଡିତ ଦିନ୍‌କର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ଯେପରି ପ୍ରଶ୍ନ ପଚାରି ସଚେତନ କରାଇପାରିଥିଲେ; ଆଜିକା ଦିନରେ ଆମ ସାହିତ୍ୟିକମାନେ ସେହି ଶକ୍ତି ଓ ପ୍ରତିବଦ୍ଧତା ଦେଖାଉଛନ୍ତି କି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ। ଏହି ଉତ୍ସବକୁ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତରଂଜନ ତ୍ରିପାଠୀ ଉଦ୍‌ଘାଟନ କରିଥିଲେ। ଉତ୍ସବରେ ଡକ୍ଟର ପ୍ରତିଭା ମହାରଥୀ ମୁଖ୍ୟବକ୍ତା, ‘ସମ୍ବାଦ ସାହିତ୍ୟଘର’ ରାଜ୍ୟ ସଂଯୋଜିକା ଡକ୍ଟର ଶୁଭଶ୍ରୀ ଲେଙ୍କା, ଡମପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣବକିଶୋର ପଟେଲ, ବିଡିଓ ଶ୍ୟାମଳ କୁମାର ରାୟ, ଶିକ୍ଷାବିତ୍‌ କାହ୍ନୁଚରଣ ସାହୁ, ବରିଷ୍ଠ କବି କୌଶିକ୍‌ ନାୟକ, ସାହିତ୍ୟଘର ସମ୍ପାଦକ କୁମାର ଅମିୟ(ବୁଲୁବାବା) ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ରାଜ୍ୟ ସଂଯୋଜିକା ଡକ୍ଟର ଲେଙ୍କା କହିଥିଲେ ଯେ ବୃହତ୍ତ ପରିବାରରେ ପରିଣତ ହୋଇଥିବା ‘ସାହିତ୍ୟଘର’ ଆମ ଓଡ଼ିଆ ଚାଲିଚଳଣି, ରୀତିନୀତି, ଖାଦ୍ୟପେୟ, ପୋଷାକ ପରିଚ୍ଛେଦ, ଭାଷା, ସାହିତ୍ୟ, ପରିବେଶ ଏହି ସମସ୍ତକୁ ସାଙ୍ଗରେ ନେଇ ଯାତ୍ରା କରୁଛି। କେବଳ ସାହିତ୍ୟ ନୁହେଁ ସମସ୍ତଙ୍କୁ ଭଲ ପାଇ ନୂଆ ଓଡ଼ିଶା ଗଠନ ଦିଗରେ ପ୍ରତି ବ୍ଲକ୍‌ ଓ ପ୍ରତି ଜିଲ୍ଲାରୁ ସାହିତ୍ୟିକମାନେ ଆଗେଇ ଆସି ଆମ ସାହିତ୍ୟଘର ଛାତକୁ ଆହୁରି ମଜଭୁତ୍‌ କରିବା ପାଇଁ ଡକ୍ଟର ଲେଙ୍କା ଆହ୍ବାନ ଦେଇଥିଲେ। ମୁଖ୍ୟବକ୍ତା ଡକ୍ଟର ପ୍ରତିଭା ମହାରଥୀ ମା‌’ ମାଟିକୁ ଭଲ ପାଇବା ଓ ମାତୃଭାଷାକୁ ସମୃଦ୍ଧ କରିବା ପାଇଁ ବାର୍ତ୍ତା ଦେଇଥିଲେ। ଏହି ଅବସରରେ ବିଭିନ୍ନ ଜିଲ୍ଲାରୁ ଆସିଥିବା କବି ଓ କବୟିତ୍ରୀମାନେ ସ୍ବରଚିତ କବିତା ପାଠ କରିଥିଲେ। ଏହି ଅବସରରେ ସାହିତ୍ୟଘର ମୁଖପତ୍ର ‘ମାତୃଭୂମି’ର ଉନ୍ମୋଚନ କରାଯାଇଥିଲା। ସେହିପରି କୁନି କଳାକାରମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ। କୁନି ଯୋଗଗୁରୁ ଏସ୍‌.ପି. ବଦ୍ରିନାଥ ଯୋଗ ପ୍ରଦର୍ଶନ କରି ଅତିଥିମାନଙ୍କ ଦ୍ବାରା ପ୍ରଶଂସିତ ହୋଇଥିଲେ।

Advertisment

ସୁଧାକର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଉତ୍କଳ ସାରଥି, ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କୁ ସାରସ୍ୱତଜ୍ୟୋତି, ମୁଖ୍ୟବକ୍ତା ଡକ୍ଟର ପ୍ରତିଭା ମହାରଥୀଙ୍କୁ ସାହିତ୍ୟ ମହାରଥୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ସାହିତ୍ୟଘର ରାଜ୍ୟ ସଂଯୋଜିକା ଡକ୍ଟର ଲେଙ୍କା, ବିଡିଓ ଶ୍ରୀ ରାୟ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ପଟେଲଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା କେଶବଚନ୍ଦ୍ର ବେହେରା, ଅକ୍ଷୟ କୁମାର ଭଟ୍ଟ, ଜ୍ଞାନେନ୍ଦ୍ରମୋହନ ମିଶ୍ର, ଲଲାଟେନ୍ଦୁ ପଣ୍ଡା, ଆଲୋକରଶ୍ମି ସାମନ୍ତରାୟ, ନଳିନୀ କୁମାର ରାୟ, କାହ୍ନୁଚରଣ ସାହୁ, ରମେଶଚନ୍ଦ୍ର ସେଠୀ, ସୌଦାମିନୀ ସ୍ୱାଇଁ, ଭଗବାନ ଜେନା, ହରିହର ସ୍ବାଇଁ, ଧରଣୀଧର ମହାନ୍ତି, ସୁରେଶ୍ୱର ବେହେରା, ବିକ୍ରମକେଶରୀ ସାମନ୍ତସିଂହାର, ଶୁଭେନ୍ଦୁ କୁମାର ସାଥୁଆ, ସୁରେଶ ରାଉଳ, ବେଣୁଧର ଦାସ, ପ୍ରକାଶ କୁମାର ବେଉରା, ସୁବ୍ରତ କୁମାର ନାୟକ, କ୍ଷୀରୋଦ କୁମାର ସ୍ୱାଇଁଙ୍କୁ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନ ସମ୍ପାଦକ କୁମାର ଅମିୟ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ମୁଖ୍ୟ ସଂଯୋଜକ ଅକ୍ଷୟ କୁମାର ସାମଲ, ବଂଶୀଧର ମହାପାତ୍ର, ଶକୁନ୍ତଳା ମଲିକଙ୍କ ନିର୍ଦ୍ଦେଶନାରେ ଆବାହନୀ ସଂଗୀତ ପରିବେଷଣ କରାଯାଇଥିଲା। ସାହିତ୍ୟଘର ଆବାହକ ଶୁଭେନ୍ଦୁ କୁମାର ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଗୟାଧର ନାୟକ, ପ୍ରଦୀପ କୁମାର ଜେନା, ଉପଦେଷ୍ଟା ଗୋବିନ୍ଦଚନ୍ଦ୍ର ତ୍ରିପାଠୀ, କବି ବିପ୍ଳବ, ମୁରଲୀଧର ବେହେରା, ସୁଦର୍ଶନ ସାହୁ, ଦୀପକ କୁମାର ସାମନ୍ତରା, ଚିତ୍ତରଞ୍ଜନ ବେହେରା, ପ୍ରଦୀପ କୁମାର ନାୟକ, ମମତା ଜେନା, ଜୁଲିରାଣୀ ଦାସ, ଯଦୁମଣି ଲେଙ୍କା, ମାନଭଞ୍ଜନ ଦଳେଇ, ବିଶ୍ୱନାଥ ନାୟକ, ସୁରେଶଚନ୍ଦ୍ର ସାହୁ, ସଚିଦାନନ୍ଦ ସାମଲ, ଅମିୟବାଳା ରାଉତ, ଡକ୍ଟର ଜଗଦୀଶ ପଣ୍ଡା, ବିଦ୍ୟୁତ୍‌ଲତା ଭୂୟାଁ, ସରୋଜିନୀ ସାହୁ, ନବକିଶୋର ମହାରଣା, ମନ୍ମଥ କୁମାର ସ୍ୱାଇଁ, ଦିଗ୍‌ବିଜୟ ସ୍ୱାଇଁ, କଳ୍ପନା ରାଉତ, ଭାଗୀରଥି ପାଣି, ସୁପ୍ରିୟା ପଣ୍ଡା, ରବିନାରାୟଣ ମଙ୍ଗରାଜ, ଶଙ୍କର ନାୟକ, ଯୋଗେନ୍ଦ୍ର ରଣା, କାଶୀନାଥ ରାଉତ, ରବୀନ୍ଦ୍ର ବେଉରା, କିଶୋର ସାମଲ, ସସ୍ମିତା ନାୟକଙ୍କ ସମେତ ବହୁ ସଂଖ୍ୟାରେ କବି, କବୟିତ୍ରୀ, ସମା‌ଜସେବୀ ଓ ସାହିତ୍ୟପ୍ରେମୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ରୋଭର୍‌ ଆଣ୍ଡ ରେଞ୍ଜର୍‌ ୟୁନିଟ୍‌ ଲିଡ଼ର୍‌ ଭୂପତିଭୂଷଣ ପ୍ରଧାନଙ୍କ ନେତୃତ୍ବରେ କୃଷ୍ଣମୁରାରୀ ମହାପାତ୍ର, ସନ୍ଦୀପ ପଣ୍ଡା, ଅମିତ୍‌ ଛୋଟରାୟ, କାଜଲ ବସ୍ତି ଓ ତାଙ୍କ ସହିଯୋଗୀମାନେ ସ୍ବାଗତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।