ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ସମ୍ବାଦ ସାହିତ୍ୟଘରର ମାସିକ ବର୍ଷା ଆସର ‘ଆସିଛି ବରଷା ମେଘ ପାଲିଙ୍କି’ରେ ସ୍ଥାନୀୟ ରାଉତଖମାର ୬ ନଂ ୱାର୍ଡସ୍ଥିତ ଲିଟିଲ୍ ଫ୍ଲାୱାର୍ ସ୍କୁଲ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଗାଳ୍ପିକ ତଥା ପ୍ରକୃତିପ୍ରେମୀ ପ୍ରଦୀପ୍ତ କବି ଯୋଗଦେଇ ସାହିତ୍ୟ ଓ କବିତା କିପରି ବ୍ୟସ୍ତବହୁଳ ମଣିଷର ମନରେ ସାମାନ୍ୟ ହସ ଫୁଟାଇବା ସଙ୍ଗେସଙ୍ଗେ ଓଡିଆ ଭାଷାକୁ ରୁଦ୍ଧିମନ୍ତ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ।
ସମ୍ବାଦ ସାହିତ୍ୟଘରର ସଭାପତି ତିମିର ରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କବିତା ଆସରରେ ସର୍ବପ୍ରଥମେ ଅତିଥିଙ୍କ ଦ୍ଵାରା ବାଗ୍ ଦେବୀ ସରସ୍ବତୀ ଓ ଗଣେଶଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ, ଧୂପ ପ୍ରଜ୍ଜ୍ବୋଳନ ତଥା ବେଦମନ୍ତ୍ର ଉଚ୍ଚାରଣ ପୂର୍ବକ କବିତା ଆସରକୁ ଉଦ୍ଘାଟନ କରଯାଇଥିଲା। ସହ ସମ୍ପାଦକ ଅଧ୍ୟାପକ ବିଜୟ କୁମାର ରାମ୍ ବିବରଣୀ ପଠନ ପୂର୍ବକ ସମ୍ବାଦ ସାହିତ୍ୟଘରର ଆଭିମୁଖ୍ୟ ତଥା ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ପର୍କରେ ଧାରଣା ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ ଅଧ୍ୟାପକ ଡ. ମିଲନ ମହାନ୍ତ ଓ ପ୍ରକାଶକ କାଳିପ୍ରସନ୍ନ ମହାନ୍ତି। ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଜଗନ୍ନାଥ ବଳ ଯୋଗଦେଇ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ ସାରସ୍ୱତ ସାଧିକା ପୁଷ୍ପଲତା ମହାନ୍ତିଙ୍କ ମନଛୁଆଁ ସଂଯୋଜନାରେ ସ୍ଵ-ରଚିତ କବିତା ଆବୃତ୍ତି କରିଥିଲେ କବି ଗୋପାଳକୃଷ୍ଣ ମହାନ୍ତି, ତିମିର ରଞ୍ଜନ ପଣ୍ଡା, ଅଧ୍ୟାପକ ବିଜୟ କୁମାର ରାମ୍, ଇଂ ସାର୍ଥକ୍ ପଣ୍ଡା, ପ୍ରଦୀପ୍ତ କିଶୋର କବି, ଡି.ମିଲନ ମହାନ୍ତ, ଜଗନ୍ନାଥ ବଳ, ନରସିଂହ ଗିରି, ଈଶ୍ଵର ଚନ୍ଦ୍ର ବେହେରା, କବୟତ୍ରୀ ପୁଷ୍ପଲତା ମହାନ୍ତି, ଖୁସବୁ ପାଲ, ହର୍ଷିତା ପାଲ ଓ ଲବଙ୍ଗଲତା ମହାନ୍ତ। ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ତଥା ସଂଯୋଜକ ତୁଷାର କାନ୍ତ ମହାନ୍ତଙ୍କ ଆବାହକତ୍ତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେରଳଠାରେ ବର୍ଷା ବିପାତ ଯୋଗୁଁ ମୃତ୍ୟୁ ହୋଇଥିବା ତୀର୍ଥଯାତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ସାରସ୍ବତ ସାଧକ ଗୋପାଳ କୃଷ୍ଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/IMG-20240804-WA0000.jpg)