ଜୟପୁର: ସ୍ଥାନୀୟ ନାରାୟଣୀ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠାନର ସଭାପତି ଉଦୟ ଶଙ୍କର ଜାନିଙ୍କ ସଭାପତିତ୍ୱରେ ସମ୍ବାଦ ସାହିତ୍ୟ ଘରର ମାସିକ ଆସର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆଲୋଚକ ଭାବେ ସାହିତ୍ୟିକ ଯଜ୍ଞେଶ୍ଵର ପଣ୍ଡା ଯୋଗଦାନ କରି ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୀବନୀ ଓ ସାରସ୍ୱତ ସୃଷ୍ଟିସମ୍ଭାର ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ କବି ବୈରାଗୀ ଚରଣ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ପ୍ରପର୍ଣ୍ଣି ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ। କବି କୃଷ୍ଣ ଚନ୍ଦ୍ର ହୋତା ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ।

Advertisment

କାର୍ଯ୍ୟକ୍ରମର ଦ୍ୱିତୀୟ ଚରଣରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। କବିତା ଗୁଡିକୁ ସଂଯୋଜନା କରିଥିଲେ କବୟିତ୍ରୀ ଶୋଭାଗିନୀ ନନ୍ଦ। କବିତା ପାଠ କରିଥିବା କବି କବୟିତ୍ରୀବୃନ୍ଦ ହେଲେ ଅନନ୍ତ ବିଜୟ ଧୀବର, ପ୍ରପର୍ଣ୍ଣି ପାଣିଗ୍ରାହୀ, ପ୍ରମୋଦ କୁମାର ରାଉଳ, ରାଜେଶ୍ୱରୀ ନନ୍ଦ, ମଧୁସୂଦନ ମିଶ୍ର, କନକଲତା ରଥ, ବୈରାଗୀ ଚରଣ ସାହୁ, ନୃସିଂହ ପ୍ରସାଦ ଷଡ଼ଙ୍ଗୀ, ନାରାୟଣ ସଗର,ଯଜ୍ଞେଶ୍ଵର ପଣ୍ଡା, କୃଷ୍ଣ ଚନ୍ଦ୍ର ହୋତା, ଡ. ପ୍ରମୋଦିନୀ ହୋତା, ଚନ୍ଦ୍ରମଣି ବାରିକ ।