ସାଇରସ ଇଞ୍ଜିନିୟରିଂ କାରଖାନାରେ ଭୟାବହ ଅଗ୍ନିକାଣ୍ଡ

ରାଉରକେଲା: ମଣ୍ଡିଆକୁଦର ସ୍ଥିତ ସାଇରସ ଇଞ୍ଜିନିୟରିଂ କାରଖାନାରେ ଆଜି ଅପରାହ୍ନ ପ୍ରାୟ ଦେଢଟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି l ଅଗ୍ନିକାଣ୍ଡରେ ବହୁ ସମ୍ପତ୍ତି ନିଆଁରେ ପୋଡି ଭସ୍ମୀଭୂତ ହୋଇଯାଇଛି ।

ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି l ଘଟଣାସ୍ଥଳରେ ୪ଟି ଦମକଳ ପହଞ୍ଚି ନିଆଁକୁ ଅୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି । ଏହି କାରଖାନାଟି ବନ୍ଦ ରହିଥିବାରୁ କ୍ଷୟ କ୍ଷତିର ସଠିକ ଆକଳନ କରି ହେଉନାହିଁ। ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ରାଜଗାଙ୍ଗପୁର,କାଂଶ ବାହାଲ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ରାଉରକେଲା ଏବଂ କୁତ୍ରାରୁ ଦମକଳବାହିନୀ ପହଞ୍ଚି ନିଆଁ ଲିଭାଇବକୁ ଉଦ୍ୟମ କରୁଛନ୍ତି । କାରଖାନା ଭିତରୁ ଧୂଆଁ ବାହାରୁଥିବା ଦେଖି ପାଖ କାରଖାନାରେ କାମ କରୁଥିବା ଶ୍ରମିକ ଅଗ୍ନିଶମ କାର୍ଯ୍ୟାଳୟକୁ ସୂଚନା ଦେଇଥିଲେ l

ସମ୍ବନ୍ଧିତ ଖବର