ବଡ଼ଗାଁ: ବଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ପଟୁଆବେଡା ଜଙ୍ଗଲ ଭିତରେ ଚୋରା କାଠ କାରବାର ହେଉଥିବା ଖବର ପାଇ ଆଜି ବନବିଭାଗ ପକ୍ଷରୁ ଅତର୍କିତ ଚଢ଼ଉ କରାଯାଇ ବିପୁଳ ପରିମାଣରେ ଶାଳକାଠର ଚୌଖଟ ଓ କାଠ ଗଣ୍ଡି ଜବତ କରାଯାଇଛି। ବନାଞ୍ଚଳ ଅଧିକାରୀ ଉମାଶଙ୍କର ନାୟକ ଓ ବନପାଳ ପ୍ରଜ୍ଞା ସାମଲ ସଦଳବଳେ ଚଢ଼ଉ କରିଥିଲେ।
ମାତ୍ର କୌଣସି ସୂତ୍ରରୁ ଖବର ପାଇ ବେପାରୀ ସେଠାରୁ ଖସିଯିବାରେ ସକ୍ଷମ ହୋଇଥିଲା। ଫଳରେ ବନ ବିଭାଗ ପକ୍ଷରୁ କେବଳ ଚୋରା କାଠ ଜବତ କରାଯିବା ସହ କାହାରିକୁ ଧରି ପାରି ନାହିଁ।