ସମ୍ବଲପୁର: ଜନସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀମାନଙ୍କୁ ୨ ମାସ ହେଲା ଦରମା ମିଳିନଥିଲା। ଦରମା ନମିଳିବାରୁ ପ୍ରାୟ ୭୦ ଜଣ ଅସ୍ଥାୟୀ କର୍ମଚାରୀଙ୍କ ପରିବାର ଆର୍ଥିକ ସଂକଟ ମଧ୍ୟରେ ଗତି କରିଥିଲେ। ଏହାର ପ୍ରତିବାଦରେ ଆଜି ଜନସ୍ବାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘ ଆନ୍ଦୋଳନକୁ ଓହ୍ଲାଇ ଥିଲା।
ବରେଇପାଲିରେ ଥିବା ବିଭାଗୀୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଅପରାହ୍ଣ ୩ଟାରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ଦେବ ଆଲୋଚନା ପାଇଁ ଡାକି ଥିଲେ। ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ସହିତ ଆଲୋଚନା ସକରାତ୍ମକ ରହିଥିଲା। ସନ୍ଧ୍ୟାରେ ଦରମା ଦିଆଯିବା ପରେ ଜନସ୍ବାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘ ଆନ୍ଦୋଳନ ପ୍ରତ୍ୟାହାର କରିଥିଲା। ସଦାଶିବ ବିଶୋଇ, ମନୋଜ ପଟେଲ, ବିଷ୍ଣୁ ବାହାଦୁର, ମହେଶ ବାହାଦୁର, ରଂଜନ ଦୀପ, ରଂଜନ ରାହା ପ୍ରମୁଖ ଆନ୍ଦୋଳନର ନେତତ୍ବ ନେଇଥିଲେ।