ରାଉରକେଲା : ଉତ୍ତର ଭାରତର ପ୍ରସିଦ୍ଧ ଛଟ୍ ପର୍ବ ଅବସରରେ ଯାତ୍ରୀଙ୍କ ଭିଡକୁ ଦୃଷ୍ଟିରେ ରଖି ଦକ୍ଷିଣପୂର୍ବ ରେଳବାଇ ପକ୍ଷରୁ ସାଲିମାର- ଲୋକମାନ୍ୟ ତିଲକ ଟର୍ମିନସ୍ (ମୁମ୍ବାଇ) ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍ ଚାଲୁ କରାଯଇଛି। ଆଜି ଏବଂ ଆସନ୍ତା ୫ରେ ମୁମ୍ବାଇ ଲୋକମାନ୍ୟ ତିଲକ୍ ଟର୍ମିନସ୍ରୁ ଛାଡିବ। ଆସନ୍ତା ୩ ଓ ୭ରେ ସାଲିମାର ଷ୍ଟେସନରୁ ଛାଡିବ। ସାଲିମାର- ଏଲ୍ଟିଟି (୦୨୧୫୬) ସାଲିମାର ଷ୍ଟେସନରୁ ଅପରାହ୍ନ ୩ଟା ୧୫ ମିନିଟ୍ରେ ଛାଡିବ। ତୃତୀୟ ଦିନ ଭୋର ୪ଟା ୧୫ ମିନିଟ୍ରେ ଏଲ୍ଟିଟିରେ ପହଞ୍ଚିବ। ଏଲ୍ଟିଟି -ସାଲିମାର ଏଲ୍ଟିଟିରୁ ରାତି ୮ଟାରୁ ବାହାରି ତୃତୀୟ ଦିନ ପୂର୍ବାହ୍ନ ୧୧ଟା ୩୫ମିନିଟ୍ରେ ସାଲିମାର ଷ୍ଟେସନରେ ପହଞ୍ଚିବ। ଟ୍ରେନ୍ରେ ଗୋଟିଏ ପ୍ରଥମ ଓ ଗୋଟିଏ ଏସି ଟୁ ଟାୟାର ଏସି କୋଚ୍ ରହିଛି। ୧୪ଟି ଏସି ଥ୍ରି ଟାୟାର କୋଚ୍ ରହିଥିବାବେଳେ ଚାରିଟି ଦ୍ବିତୀୟ ଶ୍ରେଣୀ ସାଧାରଣ କୋଚ୍ ରହିଛି। ଟ୍ରେନ୍ ସନ୍ଥ୍ରାଗାଚ୍ଛି, ଖଡଗପୁର, ଟାଟାନଗର, ଚକ୍ରଧରପୁର, ରାଉରକେଲା ଓ ଝାରସୁଗୁଡା ଷ୍ଟେସନରେ ରହିବ।