ମଇଳା ଗଦାରୁ ନିଆଁ ଲାଗି ଜଳିଗଲା ସେଲୁନ

ବୀରମହାରାଜପୁର: ମଇଳା ଗଦାରୁ ନିଆଁ ଲାଗି ପୋଡିଗଲା ସେଲୁନ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସହରର ସାମ୍ବାଦିକ ଭବନ ନିକଟରେ ଘଟିଛି ଅଘଟଣ ।  ଦୋକାନ ପଛ ପଟେ ପଡିଥିବା ମଇଳା ଗଦାରେ କେହି ଜଣେ ନିଆଁ ଲଗାଇ ଦେଇଥିଲା । ମଇଳାଗଦା ଜଳି ଜଳି ନିକଟରେ ଥିବା ଏକ ସେଲୁନରେ ନିଆଁ ଲାଗିଯାଇଥିଲା । କାଠରେ ତିଆରି ହୋଇଥିବା ଦୋକାନଟି ନିଆଁର ପୋଡଯାଇ ପାଉଁସ ହୋଇଯାଇଛି ।

ପାଖରେ ଥିବା କିଛି ଲୋକ ଦେଖି ସାଙ୍ଗେ ସାଙ୍ଗେ ଅଗ୍ନଶମ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନି ପହଂଚି ନିଆଁକୁ ଆୟତ୍ତ କରିଥିଲେ ହେ ଦୋକାନଟି ସଂପୂର୍ଣ୍ଣ ଭାବେ ପୋଡି ଯାଇଛି । ପାଖରେ ଥିବା ଦୋକାନରେ ନିଆଁ ଲାଗିବା ପୂର୍ବରୁ ଦମକଳ ବାହିନି ନିଆଁକୁ ଲିଭାଇବାରେ ସକ୍ଷମ ହୋଇଛନ୍ତି । ତେବେ ସେଲୁନ ଭିତରେ ଥିବା ସମସ୍ତ ଆସବାବପତ୍ର ପୋଡି ଛାରଖାର ହୋଇ ଯାଇଛି । ସେଲୁନ୍ ଦୋକାନ କରି ପରିବାର ପୋଷଣ କରୁଥିବା ଅଜିତ୍ ବାରିକ୍ ଜଣେ ଗରିବ ଶ୍ରେଣୀର ଯୁବକ ହୋଇଥିବାରୁ ତାକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।

ସମ୍ବନ୍ଧିତ ଖବର