ଘୁ.ଉଦୟଗିରି: ଚଳିତ ସାଧାରଣ ନିର୍ବାଚନ ବିଗୁଲ ବାଜିବା ପରେ ବିଜେଡି ଦଳ ପ୍ରଥମେ ଘୁ.ଉଦୟଗିରି ବିଧାନସଭା ପାଇଁ ନିଜ ଦଳୀୟ ପ୍ରାର୍ଥୀ ଭାବେ ପୁଣି ଥରେ ସାଲୁଗା ପ୍ରଧାନଙ୍କ ନାଁରେ ଦଳୀୟ ମୋହର ମରିଛି। ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଦଳୀୟ ଟିକଟ ସାଲୁଗା ପ୍ରଧାନ ପାଇବା ପରେ ଦଳୀୟ କର୍ମୀଙ୍କ ମନରେ ବେଶ ଉତ୍ସାହ ଏବଂ ଖୁଶି ଦେଖିବାକୁ ମିଳିଛି। ସ୍ଥାନୀୟ ଚକରା ବିଷୋୟୀ ଛକ ଠାରୁ ଦଳୀୟ କର୍ମୀମାନେ ଏକ ଶୋଭାଯାତ୍ରାରେ ଆଣି ଗାନ୍ଧି ଛକରେ ପହଞ୍ଚି ଥିଲେ।ବାଣ ଫୁଟେଇ ପଦଯାତ୍ରା କରିଥିବା ବେଳେ ସ୍ଥାନୀୟ ବ୍ଲକ ଏବଂ ନଗର ବିଜେଡି କର୍ମୀ ନିର୍ବାଚିତ ପ୍ରତିନିଧି ମାନେ ଫୁଲତୋଡା, ଉପଢୌକନ ଦେଇ ଶୁଭେତ୍ସା ଜଣାଇଥିଲେ।
ଏନଏସି ଅଧ୍ୟକ୍ଷା ଦେବଶ୍ମିତା ଶତପଥୀ, ଉପାଧ୍ୟକ୍ଷ ସନ୍ତୋଷ ବାଘ, ଶିଧେଶ୍ୱରୀ ନାୟକଙ୍କ ସମେତ ସମସ୍ତ କାଉନସିଲର, ନଗର ସଭାପତି ସଞ୍ଜୀବ ପାତ୍ର, କାର୍ଯ୍ୟକାରୀ ସଭାପତି ଅନିଲ ଦଳବେହେରା, ଜିଲ୍ଲା ପରିଷଦ ସଭ୍ୟା ଲିଲିମା ପ୍ରଧାନ, ସରପଞ୍ଚ, ସମିତିସଭ୍ୟଙ୍କ ସମେତ ଶହ ଶହ କର୍ମୀ ଯୋଗ ଦେଇଥିଲେ। ସାଲୁଗା ପ୍ରଧାନ ବର୍ତ୍ତମାନ ଘୁ.ଉଦୟଗିରି ବିଧାନସଭା କ୍ଷେତ୍ରର ବିଧାୟକ ସହ ଓଡିଶା ବିଧାନସଭାର ଉପବାଚସ୍ପତି ଅଛନ୍ତି। ପୁଣି ଥରେ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ ପ୍ରଦାନ କରିଛି।ଟିକେଟ ପାଇବା ପରେ ସାଲୁଗା ପ୍ରଧାନ ନିଜ ପ୍ରତିକ୍ରିୟା ରେ କହିଛନ୍ତି ମୁଁ ଜଣେ ବିଜେଡି ଦଳର ଶୃଙ୍ଖଳିତ କର୍ମୀ ମୁଁ ତଳୁ ଉପରକୁ ଉଠିଛି। ସବୁବେଳେ ଲୋକଙ୍କ ସହ ଅଛି।ଲୋକଙ୍କ ସେବା କରିବା ମୋର ଧର୍ମ। ମୁଁ ଲୋକଙ୍କ ସହିତ ରହିଥିବା ଏବଂ ଲୋକଙ୍କ ସେବା କରୁଥିବା ଯୋଗୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମୋ ଉପରେ ଆସ୍ଥା ପ୍ରକଟ କରି ମୋତେ ପୁଣି ଥରେ ଚଳିତ ନିର୍ବାଚନ ରେ ଦଳୀୟ ଟିକେଟ ପ୍ରଦାନ କରିଥିବା ଯୋଗୁଁ ମୁଁ କୃତଜ୍ଞତା ଜଣେଇବା ସହ ମୋର ନିର୍ବାଚନ ମଣ୍ଡଳୀର ସମସ୍ତ ମୋର ଭୋଟର, ଶୁଭେଛୁ, ଦଳୀୟ କର୍ମୀଙ୍କୁ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/IMG_20240327_170359.jpg)