ଜିଲ୍ଲାସ୍ତରୀୟ ୬୯ତମ ସମବାୟ ସପ୍ତାହ ପାଳିତ

ଖୋର୍ଦ୍ଧା: ଆଜି ସ୍ଥାନୀୟ ଜୟୀ ରାଜଗୁରୁ ଭବନ ଠାରେ ଖୋର୍ଦ୍ଧା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପକ୍ଷରୁ ୬୯ତମ ସମବାୟ ସପ୍ତାହ ଉପଲକ୍ଷେ ସଭା ଏବଂ ସମବାୟ କେନ୍ଦ୍ର ଓ ଚାଷୀଙ୍କୁ ପୁରସ୍କୃତ କରାଯାଇଛି। ପୂର୍ବାହ୍ନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଖୋର୍ଦ୍ଧା ସମବାୟ ବ୍ୟାଙ୍କ ସଭାପତି ଅଭିଶେକ ସିଂହସାମନ୍ତ, ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀରାଣୀ ଗୁମାନସିଂହ, ଖୋର୍ଦ୍ଧା ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ବ୍ୟାଙ୍କର ସିଓଓ ଅନନ୍ତ ସାମଲ, ନିର୍ଦେଶକ ସାରଥୀ ଶତପଥୀ, ଦୀପୁନ ପଟ୍ଟନାୟକ, ସନ୍ଦୀପ ପଟ୍ଟନାୟକ ପ୍ରମୁଖ ମଂଚାସୀନ ଥିଲେ। ଗ୍ରାମାଂଚଳରେ କ୍ଷୁଦ୍ର ବ୍ୟବସାୟୀ, କୁଟୀର ଶିଳ୍ପ, ଚାଷୀଙ୍କ ଆର୍ଥିକ ବିକାଶରେ ସମବାୟ ବ୍ୟାଙ୍କର ଭୂମିକା, ଦେଶରେ ସମବାୟ ଆନେ୍ଦାଳନର ଇତିହାସ ସମ୍ପର୍କରେ ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ।

ଏହି ଅବସରରେ ଶ୍ରେଷ୍ଠ ସମବାୟ ବ୍ୟାଙ୍କ ଶାଖା ଭାବେ ବାଲୁଗାଁ, ବୋଲଗଡ଼ ଓ କୃଷ୍ଣପ୍ରସାଦ ଏବଂ ଉତ୍ତମ ପ୍ୟାକ୍ସ ଭାବେ ବଡ଼କୁମାରୀ, ଶିଶୁପାଳଗଡ଼, ମଝିହର, ନନ୍ଦପୁର, ବଡ଼କୁଳକୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ଚାଷୀମାନେ କଁପୁର ସଦର ଶାଖାର ଚାଷୀ ବାଳକୃଷ୍ଣ ପାଲଟାସିଂହ, ଶ୍ରେଷ୍ଠ ଋଣଗ୍ରହୀତା ରଣପୁର-ମୟୁରଝଳିଆ ଶାଖାର ଟୁନି ପାତ୍ର, ଶ୍ରେଷ୍ଠ ଏସ୍ଏଚଜି ଭାବେ ବେଗୁନିଆ ଶାଖାର ଓମ୍ ସାଇ ମହିଳା ଏସ୍ଏଚ୍ଜିକୁ ପୁରସ୍କୃତ କରାଯାଇଥିଲା। ଶ୍ରେଷ୍ଠ ଯୁଗ୍ମ ଲାଇବିଲିଟି ଗୋଷ୍ଠୀ ଭାବେ ଜଟଣୀ ଶାଖାର ଗୋବିନ୍ଦପୁର ମା ପାର୍ବତୀ ଜେଏଲ୍ଜିକୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଖୋର୍ଦ୍ଧା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଅଧିକାରୀ ଓ କର୍ମଚାରୀମାନେ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର