ଜୟପୁର: କୋଭିଡ୍ କଟକଣା ହେତୁ ବନ୍ଦ ରହିଛି କୋରାପୁଟ ପ୍ରଶାସନର ଅଭିଯୋଗ ଶୁଣାଣି। ପ୍ରତି ସପ୍ତାହର ସୋମବାର ଏହାକୁ ପ୍ରତି ବ୍ଲକରେ କରାଯାଉ ଥିଲାବେଳେ ଏହାକୁ ଗତବର୍ଷ ମାର୍ଚ୍ଚମାସରୁ ବନ୍ଦ ରଖାଯାଇଛି। ତେଣୁ ଏହାର ସ୍ଥାୟୀ ସମାଧାନର ବାଟ ବାହାର କରିଛି ପ୍ରଶାସନ।
ଆଜି ସଦଭାବନା ସଭାଗୃହରେ ‘ସମାଧାନ’ ନାମରେ ଏକ ନୂଆ ପ୍ରୟାସ ଆରମ୍ଭ କରାଯାଇଛି। ଏହା ମାଧ୍ୟମରେ ପ୍ରତିଟି ସମସ୍ୟାର ସମାଧାନ ତୃଣମୂଳ ସ୍ତରରେ ହିଁ ସମାଧାନ କରାଯିବାକୁ ଜୋର ଦିଆଯାଇଛି। ସରକାରଙ୍କର ୫‘ଟି’ଅଧୀନରେ ଏହା କାର୍ଯ୍ୟ କରିବାକୁ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି।
କୋଭିଡ କଟକଣା ହେତୁ ଜିଲ୍ଲାର ୧୪ଟି ବ୍ଲକରେ ରହିଥିବା ଲୋକେ ମୁଖ୍ୟାଳୟକୁ ଆସି ପାରୁ ନାହାନ୍ତି। ଯେଉଁମାନେ ବି ଆସୁଛନ୍ତି ନାନା ସମସ୍ୟା ମଧ୍ୟ ଦେଇ ଗତି କରୁଛନ୍ତି। ତେଣୁ ଏହାର ସମାଧାନ କରିବାକୁ ‘ସମାଧାନ’ ନାମରେ ନୂଆ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଡେପପୁଟି କଲେଯକ୍ଟର ଅର୍ଚ୍ଚନ ଦାସ ଏକ ପାୱାର ପଏଣ୍ଟ ପ୍ରଜେଣ୍ଟେ ସନ ମାଧ୍ୟମରେ ଜିଲ୍ଲାର ଚିତ୍ରକୁ ଦେଖାଇଥିଲେ। ସରକାର ଓ ପ୍ରଶାସନ ସବୁ ସମସ୍ୟାକୁ ସମାଧନ କରିବାକୁ ଚେଷ୍ଠା କରୁଥିଲେ ମଧ୍ୟ କିପରି ଏହା ଲୋକାଭିମୁଖୀ ହୋଇପାରୁନି ତାହାକୁ ମଧ୍ୟ ସେ ଦୃଷ୍ଟିନିକ୍ଷେପ କରିଥିଲେ।
ଏହି ସମାଧାନ ମାଧ୍ୟମରେ ସବୁ କ୍ଷେତ୍ରକୁ ଦୃଷ୍ଟି ଦିଆଯିବ। ଗାଁରୁ ସମସ୍ୟାର ସମାଧାନ କରାଗଲେଚ ତାହା ଜିଲ୍ଲାସ୍ତରରେ ହ୍ରାସ ପାଇବ ବୋଲି ମତ ପ୍ରକାଶ ପାଇଥିଲା। ଏଥିରେ ପିଡିଡିଆରଟିଏ ପ୍ରବୀର କୁମାର ନାୟକ, ଉପଜିଲ୍ଲାପାଳ ଲଳିତ କୁମାର କଅଁରଙ୍କ ସହ ବହୁ ପଦାଧିକାରୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/kpt-28-samadhan-2.jpg)