ଖୋର୍ଦ୍ଧା: ରାଜ୍ୟର ଅଗ୍ରଣୀ ଦୈନିକ ଓଡ଼ିଆ ଖବରକାଗଜ ସମ୍ବାଦ ପକ୍ଷରୁ ଅନୁଷ୍ଠିତ ବିଦ୍ୟାଳୟସ୍ତରୀୟ ବାର୍ଷିକ ପ୍ରତିଯୋଗିତାରେ ଆଜି ଖୋର୍ଦ୍ଧା ଉପଖଣ୍ଡର ୬ଟି ବ୍ଲକର ୯ଟି ପରୀକ୍ଷା କେନ୍ଦ୍ରରେ ଅଢ଼େଇ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷାରେ ଭାଗ ନେଇଛନ୍ତି।  ଚିତ୍ରାଙ୍କନକରେ ମୋଟ ୮୦୫ଛାତ୍ରଛାତ୍ରୀ, ହସ୍ତାକ୍ଷରରେ ୯୫୮ ଓ ଭାଷାଜ୍ଞାନ-ପ୍ରବନ୍ଧରେ ୭୬୫ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।

Advertisment

ପରୀକ୍ଷାର ନିର୍ଦ୍ଧରିତ ନିୟମାନୁସାରେ, ୧ ଠାରୁ ୫ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ, ୬ଷ୍ଠରୁ ୮ମ ହସ୍ତାକ୍ଷର ଓ ୯ମ-୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଭାଷାଜ୍ଞାନ-ପ୍ରବନ୍ଧ ପରୀକ୍ଷାରେ ମୋଟ ୨୫୨୮ ଜଣ ଭାଗ ନେଇଥିଲେ।  ‌ବାଣପୁର ବ୍ଲକ ଓ ବିଜ୍ଞପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ନିମନ୍ତେ ବାଣପୁର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ପରୀକ୍ଷା ହୋଇଥିଲା। ଏଥିରେ ଚିତ୍ରାଙ୍କନରେ ୧୧୧, ହସ୍ତାକ୍ଷରରେ ୯୦ ଓ ଭାଷାଜ୍ଞାନରେ ୫୫ଜଣ, ଏଭଳି ମୋଟ ୨୫୬ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ସେହିଭଳି ବାଲୁଗାଁ ଏନ୍‌ଏସସି ନିମନ୍ତେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପରୀକ୍ଷା କେନ୍ଦ୍ର ହୋଇଥିଲା। ସେଠାରେ ଚିତ୍ରାଙ୍କନରେ ୧୦୫, ହସ୍ତାକ୍ଷରରେ ୧୧୦, ଭାଷାଜ୍ଞାନରେ ୧୧୫ ଏଭଳି ମୋଟ ୩୩୦ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ନାଚୁଣୀ ଗୋଦାବରୀଶ ସରକାରୀ ଉଚ୍ଚ ବିଦ୍ୟାଳୟର ପରୀକ୍ଷାକେନ୍ଦ୍ରରେ ମୋଟ ୬୪୫ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏହା ମଧ୍ୟରୁ ଚିତ୍ରାଙ୍କନରେ ୧୯୫, ହସ୍ତାକ୍ଷରରେ ୧୯୨ ଓ ଭାଷାଜ୍ଞାନ-ପ୍ରବନ୍ଧରେ ୨୫୮ଜଣ ଭାଗ ନେଇଥିଲେ। ଚିଲିକା ବ୍ଲକ ନିମନ୍ତେ ପଞ୍ଚୁପଲ୍ଲୀ ସୋମନାଥଦେବ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ପ୍ରତିଯୋଗିତାରେ ଚିତ୍ରାଙ୍କନରେ ୨୦, ହସ୍ତାକ୍ଷରରେ ୧୩୦ ଓ ଭାଷାଜ୍ଞାନ-ପ୍ରବନ୍ଧରେ ୧୨୦, ଏଭଳି ମୋଟ ୨୭୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଟାଙ୍ଗୀ ବ୍ଲକର ବଳରାମଦେବ ବିଦ୍ୟାପୀଠରେ ଅନୁଷ୍ଠିତ ପ୍ରତିଯୋଗିତାରେ ମୋଟ୨୨୦ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ଏହା ମଧ୍ୟରୁ ୮୩ଜଣ ଚିତ୍ରାଙ୍କନ, ୯୨ ହସ୍ତାକ୍ଷର, ୪୫ ଭାଷାଜ୍ଞାନରେ ଭାଗ ନେଇଥିଲେ।

ନିରାକାରପୁରର ରମାବିଲି ରାମଚନ୍ଦ୍ର ବିଦ୍ୟାନିକେତନ କେନ୍ଦ୍ରରେ ଚିତ୍ରାଙ୍କନରେ ୨୬, ହସ୍ତାକ୍ଷରରେ ୩୮, ଭାଷାଜ୍ଞାନରେ ୨୬ ଏଭଳି ମୋଟ ୯୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଖୋର୍ଦ୍ଧା ବ୍ଲକ ଓପୌରାଞ୍ଚଳ ପାଇଁ ବକ୍ସି ଜଗବନ୍ଧୁ ବିଦ୍ୟାଧର ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ କେନ୍ଦ୍ରରେ ଚିତ୍ରାଙ୍କନରେ ୪୨, ହସ୍ତାକ୍ଷରରେ ୩୭, ଭାଷାଜ୍ଞାନରେ ୨୩ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ବେଗୁନିଆ ବ୍ଲକ ନମନ୍ତେ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ କେନ୍ଦ୍ରରେ ଚିତ୍ରାଙ୍କନରେ ୯୭, ହସ୍ତାକ୍ଷରରେ ୯୬, ଭାଷାଜ୍ଞାନରେ ୪୦ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ବୋଲଗଡ଼ ବ୍ଲକ ନିମନ୍ତେ ବାମନ ସରକାରୀ ଉଚ୍ଚବିଦ୍ୟାଳୟ ଠାରେ ଅନୁଷ୍ଠିତ କେନ୍ଦ୍ରରେ ମୋଟ ୩୭୯ ଜଣ ପରୀକ୍ଷାର୍ଥୀ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଚିତ୍ରାଙ୍କନରେ ୧୨୬, ହସ୍ତାକ୍ଷରରେ ୧୭୩, ଭାଷାଜ୍ଞାନ-ପ୍ରବନ୍ଧରେ ୮୦ଜଣ ପ୍ରତିଯୋଗୀ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।