ଚିକିତ୍ସାଧୀନ ଅବସ୍ଥାରେ ‘ସମ୍ବାଦ’ ପ୍ରତିନିଧି ଚନ୍ଦ୍ରମଣି ମହାନ୍ତଙ୍କ ପରଲୋକ

ତେଲକୋଇ:କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ବ୍ଲକ ଅନ୍ତର୍ଗତ କରଦାଙ୍ଗି ‘ସମ୍ବାଦ’ ପ୍ରତିନିଧି ଚନ୍ଦ୍ରମଣି ମହାନ୍ତଙ୍କ ପରଲୋକ ଘଟିଛି। ଗତକାଲି ସନ୍ଧ୍ୟା ୬ଟା ୪୫ ମିନିଟ୍ ସମୟରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା। ଆଜି ସକାଳେ ତାଙ୍କ ମୃତଦେହ କରଦାଙ୍ଗି ଆମ୍ବତଇଳାସ୍ଥିତ ବାସଭବନରେ ପହଞ୍ଚି ଥିଲା। ଏକ ଶୋକାକୁଳ ପରିବେଶ ମଧ୍ୟରେ ଶେଷଦର୍ଶନ ପାଇଁ ବହୁ ଲୋକ ରୁଣ୍ଡ ହୋଇଥିଲେ।

କରଦାଙ୍ଗି ସରପଞ୍ଚ କବିତା ମୁଣ୍ଡା, ସମିତିସଭ୍ୟା ତୁଳସୀ ନାଏକ, ପୂର୍ବତନ ସମିତି ସଭ୍ୟ ମିତ୍ରଭାନୁ ନାଏକ,‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ସୁବ୍ରତ ସ୍ୱାଇଁ, ଓଡିଶା ଭାସ୍କର ଜିଲ୍ଲା ପ୍ରତିନିଧି ହେମନ୍ତ କୁମାର ମହାରଣା, ‘ସମ୍ବାଦ’ ବ୍ଲକ ପ୍ରତିନିଧି ବିରଞ୍ଚି କୁମାର ବେହେରା, ଜଗମୋହନପୁର ପ୍ରତିନିଧି ଡମ୍ବରୁଧର ଖୁଣ୍ଟିଆ, ବିଜ୍ଞାପନ ଅଧିକାରୀ ପାର୍ଥସାରଥୀ ନାୟକ, ସାମ୍ବାଦିକ ଅକ୍ଷୟ କୁମାର ପ୍ରଧାନ, ଅନୁକୂଳ ବିଶ୍ବାଳ,କୈଳାସ ଚନ୍ଦ୍ର ପ୍ରଧାନ,ଡିଲେଶ୍ବର ସାହୁ,ବିକ୍ରମ ମହାନ୍ତ,ସମ୍ବାଦ ସାହିତ୍ୟ ଘର ସଦସ୍ୟ ଘନଶ୍ୟାମ ମହାନ୍ତ, ପିଇଓ ସୌଭାଗ୍ୟ ରାଉତ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଜ୍ଞାପନ ସହିତ ଶେଷ ଦର୍ଶନ କରିଥିଲେ।

ଏଠାରେ ସୂଚନାଯୋଗ୍ୟ ଗତ ଅଗଷ୍ଟ ମାସ ୧୦ ତାରିଖ ଦିନ ନିର୍ମାଣାଧୀନ ନୂତନ ଗୃହର ଭାଡାରୁ ପଡି ଗୁରୁତର ହୋଇପଡିଥିଲେ। ତାଙ୍କ ବେକର ପଛ ପାଖରେ ଗୁରୁତର ଆଘାତ ଲାଗିଥିଲା। ତାଙ୍କୁ ପ୍ରଥମେ ତେଲକୋଇ,କେନ୍ଦୁଝର,କଟକ ଓ ପରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସଫଳ ଅସ୍ତ୍ରୋପଚାର ପରେ ଦୀର୍ଘ ୨୦ ଦିନ କାଳ ଆଇସିୟୁରେ ରହିବା ପରେ ଗତକାଲି ସନ୍ଧ୍ୟାରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ଏହି ଖବର ତେଲକୋଇ ଅଞ୍ଚଳରେ ପହଞ୍ଚିବା ପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ତାଙ୍କ ସାମ୍ବାଦିକତା ଜୀବନ କାଳରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ସମ୍ବାଦ ପ୍ରକାଶ କରି ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ସମାଧାନ କରିଛନ୍ତି। ତାଙ୍କ ବୃଦ୍ଧ ବାପା ମା,ବିଧବା ପତ୍ନୀ,୨ ପୁଅ ଓ ବୋହୂ ଅଛନ୍ତି।

ଚନ୍ଦ୍ରମଣିଙ୍କ ପରଲୋକରେ ଶୋକସଭା
ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କରଦାଙ୍ଗି ସମ୍ବାଦ ପ୍ରତିନିଧି ଚନ୍ଦ୍ରମଣି ମହାନ୍ତଙ୍କ ବିୟୋଗରେ ତେଲକୋଇ ପ୍ରେସ କ୍ଲବ ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି।ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଶ୍ରଦ୍ଧାସୁମନ ଜ୍ଞାପନ କରାଯାଇଥିଲା। ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଛି। ଏଥି ସହିତ ତାଙ୍କର ସ୍ମୃତି ଚାରଣ ଓ ପରିବାରକୁ ସରକାରୀ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଆଲୋଚନା କରାଯାଇଥିଲା। ସେ କେନ୍ଦୁଝର ଜିଲ୍ଲା ଓୟୁଜେ ସଂଘର ଜଣେ ସଦସ୍ୟ ଥିଲେ। ଶ୍ରୀ ମହାନ୍ତଙ୍କ ପରଲୋକରେ ଓୟୁଜେ ଜିଲ୍ଲା ସଭାପତି କ୍ଷେତ୍ରବାସୀ ମହାକୁଡ଼ ଶୋକ ପ୍ରକାଶ କରିଛନ୍ତି।ଏବଂ ସାଧାରଣ ସମ୍ପାଦକ ମାନସରଞ୍ଜନ ତ୍ରିପାଠୀ ଶୋକ ପ୍ରକାଶ କରିବା ସହିତ ତାଙ୍କ ପରିବାରକୁ ବ୍ୟକ୍ତିଗତ ଭାବେ ୫ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି।

ଆଜିର ଶୋକ ସଭାରେ ତେଲକୋଇ ପ୍ରେସ କ୍ଲବ ସଭାପତି ରଣଜିତ ବିଶ୍ବାଳ,ସମ୍ପାଦକ ଅନୁକୂଳ ବିଶ୍ବାଳ,ବିରଞ୍ଚି କୁମାର ବେହେରା,ଅମରେଶ ପ୍ରଧାନ,ଚିନ୍ମୟ କୁମାର ସାହୁ, କୈଳାସ ଚନ୍ଦ୍ର ପ୍ରଧାନ,ଡିଲେଶ୍ବର ସାହୁ,ଅକ୍ଷୟ କୁମାର ପ୍ରଧାନ,ଡମ୍ବରୁଧର ଖୁଣ୍ଟିଆ,ସମ୍ବାଦ ଜିଲ୍ଲା ପ୍ରତିନିଧି ସୁବ୍ରତ ସ୍ୱାଇଁ, ଓଡିଶା ଭାସ୍କର ଜିଲ୍ଲା ପ୍ରତିନିଧି ହେମନ୍ତ କୁମାର ମହାରଣା,ସମ୍ବାଦ ବିଜ୍ଞାପନ ଅଧିକାରୀ ପାର୍ଥସାରଥୀ ନାୟକ,ଦେଉଳଡିହା ପଞ୍ଚାୟତ ପୂର୍ବତନ ସରପଞ୍ଚ ଟଙ୍କଧର ପ୍ରଧାନ,ଅଶୋକ କୁମାର ସାହୁ,ରାମଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର