ବ୍ରହ୍ମପୁର : ‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣର ୩୨ତମ ସ୍ବନକ୍ଷତ୍ର ଦିବସ ନିରାଡ଼ମ୍ବର ଭାବେ ପାଳିତ ହୋଇଛି। ଗିରିରୋଡ଼ ସ୍ଥିତ କାର୍ଯ୍ୟାଳୟ ଠାରେ ଆଜି ସନ୍ଧ୍ୟାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ସ୍ଥାନୀୟ ବିଧାୟକ ବିକ୍ରମ ପଣ୍ଡା, ବିଜେଡି ମିଡିଆ ପେନାଲିଷ୍ଟ ତୁମ୍ବନାଥ ପଣ୍ଡା ପ୍ରମୁଖ ଯୋଗ ଦେଇ ସମ୍ବାଦ ପରିବାରର ସମସ୍ତ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ। ଏହି ଅବସରରେ ୩୧ବର୍ଷ ତଳେ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ବ୍ରହ୍ମପୁରରେ ପ୍ରଥମ ଆଂଚଳିକ ସଂସ୍କରଣ ଆରମ୍ଭ କରିବା ସହ ରାଜ୍ୟର ଖବରକାଗଜ ଶିଳ୍ପରେ କିପରି ବିପ୍ଳବ ଆଣିଥିଲେ, ବହୁ ଘାତ ପ୍ରତିଘାତର ସାମ୍ନା କରି ନିର୍ଭୀକ ଭାବେ ନିରପେକ୍ଷ ଖବର ପରିବେଷଣ କରି ‘ସମ୍ବାଦ’ କିପରି ରାଜ୍ୟର ଅଗ୍ରଣୀ ଖବର କାଗଜ ହୋଇପାରିଛି ସେ ନେଇ ଅତିଥିମାନେ ମତବ୍ୟକ୍ତ କରିଥିଲେ। ‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣ ଶାଖା ପରିଚାଳକ ସୁଶୀଲ୍ ପ୍ରଧାନଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାର୍ତ୍ତା ବିଭାଗ ମୁଖ୍ୟ ସହ ସମ୍ପାଦକ ପ୍ରଶାନ୍ତ ପଣ୍ଡା, ଗଂଜାମ ଜିଲ୍ଲା ପ୍ରତିନିଧି ପ୍ରଦୀପ କିଶୋର ସାହୁ, ଆମ ଓଡ଼ିଶା ପ୍ରତିନିଧି ବସନ୍ତ ପଣ୍ଡା, କନକ ନ୍ୟୁଜ୍ ପ୍ରତିନିଧି ଆଲୋକ କୁମାର ସାହୁ, ପ୍ରସାରଣ ବିଭାଗ ମୁଖ୍ୟ ପ୍ରମୋଦ ନାୟକ, ବିଜ୍ଞାପନ ବିଭାଗର ବସନ୍ତ ସ୍ବାଇଁ, ଇଏମ୍ଡିର ଅଧିକାରୀ ପ୍ରସନ୍ନ ଚୌଧୁରୀ, ବିତ୍ତ ବିଭାଗ ଅଧିକାରୀ କୃଷ୍ଣଚନ୍ଦ୍ର ଗୌଡ଼ଙ୍କ ସମେତ ସମସ୍ତ କର୍ମକର୍ତ୍ତା କୋଭିଡ଼୍ କଟକଣା ପାଳନ ପୂର୍ବକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପୂର୍ବାହ୍ଣରେ ବିତରକବନ୍ଧୁଙ୍କୁ ମିଷ୍ଟାନ୍ନ ବଣ୍ଟାଯାଇଥିଲା।
‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣର ୩୨ତମ ସ୍ବନକ୍ଷତ୍ର
/sambad/media/post_attachments/wp-content/uploads/2021/01/sambad-2-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)