ଭଦ୍ରକ ଜିଲ୍ଲା ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷ ରୋପଣ ଶୁଭାରମ୍ଭ  

ଭଦ୍ରକ: ଭଦ୍ରକ ଜିଲ୍ଲା ସମ୍ବାଦ ସାହିତ୍ୟଘର ପକ୍ଷରୁ ଆଜି ଭଦ୍ରକ କଲେଜ ପାର୍ଶ୍ଵ ସାଳନ୍ଦୀ ନଦୀପଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ସମ୍ବାଦ ସାହିତ୍ୟ ଘରର ଜିଲ୍ଲା ସଭାପତି, ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ପୂର୍ବତନ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଅଟଳ ବିହାରୀ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଜିର ଏଇ ବୃକ୍ଷ ରୋପଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ପ୍ରଫେସର ନାୟକ ନିଜ ବକ୍ତବ୍ୟରେ କହିଲେ, ସମ୍ବାଦ ସାହିତ୍ୟଘରର ମୁଖ୍ୟ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ଏହା ଏକ ମହତ କାର୍ଯ୍ୟ। ଆମ ଓଡ଼ିଶାର ରକ୍ତଦାନ ପରି ସମ୍ବାଦ ସାହିତ୍ୟଘରର ବୃକ୍ଷରୋପଣ କାର୍ଯ୍ୟକ୍ରମ ସାରା ଓଡ଼ିଶାରେ ଚାଲିଛି। ଆଜି ଭଦ୍ରକ ଜିଲ୍ଲାରୁ ଏହି ବୃକ୍ଷ ରୋପଣର ଶୁଭାରମ୍ଭ କରାଯାଇଛି। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ଜାରି ରହିବ। ସମ୍ବାଦ ସାହିତ୍ୟଘରର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ପ୍ରଫେସର ନାୟକ ନିଜର ମତ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆର.ଏସ୍‌.ଏସର ପୂର୍ବତନ କର୍ମକର୍ତ୍ତା ବିଜୟ ନାୟକ, ଭଦ୍ରକ ଜିଲ୍ଲା ସମ୍ବାଦ ସାହିତ୍ୟଘରର ଉପସଭାପତି, ବ୍ୟାଙ୍କ ଅଫ୍ ଇଣ୍ଡିଆର ବରିଷ୍ଠ ଅଧିକାରୀ ଜଗନ୍ନାଥ ରାଉତ, ସଂଗଠନ ସମ୍ପାଦକ ବୈକୁଣ୍ଠ ବିଶ୍ବାଳ, ଅଧ୍ୟାପକ ଅମିତ ନାୟକ, ସମ୍ବାଦ ସାହିତ୍ୟଘରର ଜିଲ୍ଲା ସଂଯୋଜକ ଡ଼ ହରିହର ନାୟକ, ଓୟୂଜେର ଜିଲ୍ଲା ସମ୍ପାଦକ ଗୌରହରି ନାୟକ, ଆଇନଜୀବୀ ଅଗଣୀ ଚରଣ ଜେନା, ହେମନ୍ତ ସେଠୀ, ବିଶ୍ଵନାଥ ବେହେରା, ସାମ୍ବାଦିକ ଜଗବନ୍ଧୁ ବେହେରା, ରଶ୍ମିତା ନାୟକ,  ଅଜୟ ବାରିକ,  ଉପେନ୍ଦ୍ର ସେଠୀ, ସତ୍ୟ ମହାନ୍ତି, ସାମ୍ବାଦିକ ଜୟ ଜଗନ୍ନାଥ ମଲ୍ଲିକ, ସମାଜସେବୀ  ଦେବଦାସ ରାଗୁରୁ, କବି ରମେଶ ସ୍ୱାଇଁ, ରୂପକ ବିହାରୀ ରାୟ, ସାମ୍ବାଦିକ କ୍ଷିତିଶ ବେହେରା ପ୍ରମୁଖ ଯୋଗଦେଇଥିଲେ।
ସମ୍ବାଦ ସାହିତ୍ୟଘର ପକ୍ଷରୁ ସାରା ରାଜ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ଭଦ୍ରକ  ଜିଲ୍ଲାରେ୭ଟି ବ୍ଲକ୍‌ର ୧୧ଟି  ସମ୍ବାଦ ସାହିତ୍ୟ ଘରର ଶାଖା ପକ୍ଷରୁ ଆଜି ଠାରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜୁନରୁ ଆରମ୍ଭ ହୋଇଥିବା ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆସନ୍ତା ଅଗଷ୍ଟ ମାସ ପର୍ଯ୍ୟନ୍ତ ଚାଲିବ। ସମ୍ବାଦ ସାହିତ୍ୟ  ଘରର କର୍ମକର୍ତ୍ତା, ଆମ ଓଡ଼ିଶାର  ଶୁଭେଚ୍ଛୁ, ସମ୍ବାଦର ପାଠକ ଓ ଶୁଭେଚ୍ଛୁମାନେ ଏହି  କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରତିବର୍ଷ ଆମକୁ ବୃକ୍ଷ ରୋପଣରେ ସାହାଯ୍ୟ, ସାଯୋଗ କରି ସମ୍ବାଦ ସାହିତ୍ୟ ଘରର ମୁଖ୍ୟ  ସୌମ୍ୟରଞ୍ଜନ ପଟ୍ଟନାୟକଙ୍କର ଏଭଳି ଏକ ମହତ କାର୍ଯ୍ୟକୁ ସଫଳ କରିଥାନ୍ତି। ଚଳିତ ବର୍ଷ ଏହି ବୃକ୍ଷ ରୋପଣ କାର୍ଯ୍ୟରେ ଆପଣମାନଙ୍କର ସହଯୋଗ ରହିବ ବୋଲି ସମ୍ବାଦର ଜିଲ୍ଲା ପ୍ରତିନିଧି ତଥା ସମ୍ବାଦ ସାହିତ୍ୟ ଘରର ଜିଲ୍ଲା ସଂଯୋଜକ ଡ ନାୟକ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।
ସମ୍ବନ୍ଧିତ ଖବର