ସମ୍ବଲପୁର: ସମ୍ବଲପୁରରେ ମଙ୍ଗଳବାର ପ୍ରଥମ କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତ କରୋନା ଯୋଦ୍ଧାଙ୍କ ନାମ ପେଟ୍ରସ ଟିଗା। ସେ ରେଙ୍ଗାଲି ଥାନାରେ କନେଷ୍ଟବଳ ଭାବେ କାମ କରୁଥିଲେ।
/sambad/media/post_attachments/wp-content/uploads/2020/08/8e6f9fce-9271-4f40-b090-adc22bb7a907.jpg)
ସୂଚନାଯୋଗ୍ୟ, କିଛିଦିନ ହେବ ଅସୁସ୍ଥତା କାରଣରୁ ସେ ଘରେ ସଙ୍ଗରୋଧରେ ରହିଥିଲେ। ଗତ ଅଗଷ୍ଟ ୭ ତାରିଖରେ ପେଟ୍ରସ୍ଙ୍କ ଶରୀର ଅଧିକ ଖରାପ ହେବାରୁ ସେ ଅଇଁଠାପାଲିସ୍ଥିତ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ଏଠାରେ ଡାକ୍ତରଙ୍କୁ ଦେଖାଇବା ପରେ ସେ କିଛି ଔଷଧ ନେଇ ଘରକୁ ଫେରି ଯାଇଥିଲେ। କିନ୍ତୁ ପରେ ତାଙ୍କ ଶରୀରାବସ୍ଥା ଅଧିକ ଶୋଚନୀୟ ହେବାରୁ ତାଙ୍କୁ ବୁର୍ଲା ଭିମସାର ମେଡିକାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ଏଠାରେ ତାଙ୍କର କରୋନା ରିପୋର୍ଟ ପଜିଟିଭ ବାହାରିଥିଲା। ଏହାପରେ ତାଙ୍କୁ କୋଭିଡ ହସ୍ପିଟାଲ ପରିବର୍ତ୍ତେ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ଏଠାରେ ଭର୍ତ୍ତି ହୋଇଥିବା ବେଳେ ଗତକାଲି ରାତିରେ ପେଟ୍ରସ୍ଙ୍କ ଶରୀରାବସ୍ଥା ବିଗିଡ଼ି ଯାଇଥିଲା। ସଠିକ୍ ସମୟରେ ତାଙ୍କର ଚିକିତ୍ସା କରାଯାଇ ନ ଥିବା ବେଳେ ଗତକାଲି ରାତିରେ ତାଙ୍କ ପାଖରେ ବି କେହି ନ ଥିଲେ । ବିଳମ୍ବିତ ରାତିରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।
କନେଷ୍ଟବଳ ପେଟ୍ରସ୍ ଟିଗାଙ୍କ ମୃତ୍ୟୁ ଖବର ଶୁଣି ସମ୍ବଲପୁର ଜିଲ୍ଲାପାଳ, ଏସ୍ପି ଓ ଅନ୍ୟାନ୍ୟ ଅଧିକାରୀମାନେ ପହଞ୍ଚି ତାଙ୍କୁ ଶେଷ ସମ୍ମାନ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/WhatsApp-Image-2020-08-11-at-15.37.03.jpeg)