କୁଚିଣ୍ଡା: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଏବଂ ସରକାରୀ କାର୍ଯ୍ୟରେ ହୋଇଥିବା ଖର୍ଚ୍ଚର ହିସାବ ଦେଇ ନ ପାରିବା ଅଭିଯୋଗରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ) ପ୍ରଫୁଲ୍ଲ ନାୟକଙ୍କ ଘର, ଅଫିସ ସହିତ ସଂପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି।
ଶୁକ୍ରବାର ଅପରାହ୍ନରେ ସେ ଏକ ଭଡ଼ା ଗାଡ଼ିରେ କୁଚିଣ୍ଡାରୁ ଗାଇସିଲେଟ ଯାଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଖିରଘାଟ ଛକ ସାତକମା ବ୍ରିଜ୍ ନିକଟରେ ଅଟକାଇଥିଲା। ଘଟଣାସ୍ଥଳରେ ଯାଞ୍ଚ କରି ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ଗାଡ଼ିରୁ ୯୯,୯୫୦ ଟଙ୍କା ପାଇଥିଲେ। ଉକ୍ତ ଟଙ୍କାର ହିସାବ ନାୟକ ଦେଇ ନ ପାରିବାରୁ ପୁଲିସ ଟଙ୍କାକୁ ଜବତ କରିବା ସହିତ ତାଙ୍କୁ ଗିରଫ୍ କରିଥିଲା। ପରେ ଅନ୍ୟ ସ୍ଥାନରେ ଚଢ଼ାଉ ଆରମ୍ଭ କରିଥିଲା।
ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସାତକମା ବ୍ରିଜ୍ ନିକଟରେ ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ ସମୟରେ ତାଙ୍କ ଗାଡ଼ି ଯାଞ୍ଚ କରା ଯାଇଥିଲା। ଗାଡ଼ିରୁ ଏତେ ପରିମାଣର ଟଙ୍କା ମିଳିବା ଏବଂ ସେ ଟଙ୍କା ସଂପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ଅନ୍ୟ ସ୍ଥାନରେ ଚଢ଼ାଉ ଆରମ୍ଭ ହୋଇଥିଲା। ଏକା ସମୟରେ ତାଙ୍କ କାର୍ଯ୍ୟାଳୟ, କୁଚିଣ୍ଡାସ୍ଥିତ ଘର, ଗାଇସଲେଟ ବାସଭବନ ଓ ବରପାଲିସ୍ଥିତ ଶ୍ୱଶୁରଙ୍କ ଘରେ ସମ୍ବଲପୁର, ବରଗଡ଼ ଓ ରାଉରକେଲା ଭିଜଲାନ୍ସ ଟିମ୍ ପକ୍ଷରୁ ଚଢ଼ଉ କରା ଯାଇଥିଲା।
ବରଗଡ଼ ଡିଏସ୍ପି ପରମେଶ୍ୱର କିସାନ, ଡିଏସ୍ପି ଡି. ସେଠୀ, ପୂର୍ଣ୍ଣେନ୍ଦୁ ବିଲୁଙ୍ଗ ଓ ଅନ୍ୟ ଅଧିକାରୀମାନେ ଚଢ଼ାଉରେ ସାମିଲ ହୋଇଥିଲେ। ଅଭିଯୋଗ ଅନୁଯାୟୀ ନାୟକ ଶିକ୍ଷକମାନଙ୍କଠାରୁ ବିଭିନ୍ନ ସମୟରେ ଟଙ୍କା ଆଦାୟ କରୁଥିଲେ। ଗତ ୨୦୧୯ରେ ‘ସୁରଭି’ ଟଙ୍କା ଆଦାୟ କରି ଯେଉଁ ପରି ଭାବରେ ଖର୍ଚ୍ଚ କରିଥିଲେ ତାର ହିସାବ ଠିକ୍ ଭାବରେ ଦେଇପାରି ନଥିବା ଅଭିଯୋଗ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/WhatsApp-Image-2020-07-10-at-20.14.50.jpeg)
