ସମ୍ବଲପୁର: ଦୁଷ୍କର୍ମ ଓ ଗଣଦୁଷ୍କର୍ମକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ସମ୍ବଲପୁରରେ ଏକ ସଂଘାତିକ ଘଟଣା ଗତକାଲି (ରବିବାର) ଘଟିଥିଲା। ସମ୍ବଲପୁର ସହର ଭିତରେ ଜଣେ ଆଦିବାସୀ ମହିଳାଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହେବା ପରେ ୪ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ଗିରଫ ସମସ୍ତ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।
ତେବେ ଆଜି ସେମାନଙ୍କର ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀ କରି ଏସପି କନୱର ବିଶାଲ ସିଂ ସୂଚନା ଦେଇଛନ୍ତି। ସେହିଭଳି ମାମଲାର ସମ୍ବେଦନଶୀଳତାକୁ ଆଖି ଆଗରେ ରଖି ସମ୍ବଲପୁର ପୁଲିସ ପକ୍ଷରୁ ମାମଲାକୁ ରେଡ ଫ୍ଲାଗ ଶ୍ରେଣୀଭୁକ୍ତ କରାଯିବା ସହ ୨୦ ଦିନ ଭିତରେ ମାମଲାର ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିବାକୁ ନିଷ୍ପତି କରାଯାଇଛି ।
/sambad/media/post_attachments/wp-content/uploads/2019/12/Screen-Shot-2019-12-09-at-12.28.43-PM.png)
ପୀଡିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ପ୍ରାଥମିକ ପର୍ଯ୍ୟାୟରେ ମିଳିଥିବା ତଥ୍ୟ ପ୍ରମାଣ ଆଧାରରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏହି ଘଟଣାରେ ଯଦି ଆଉ କିଏ ସଂପୃକ୍ତ ଥାଆନ୍ତି ତାଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଏସପି କହିଛନ୍ତି।
ଏହା ସହ ଅଭିଯୁକ୍ତମାନଙ୍କୁ କିଭଳି ଅଧିକରୁ ଅଧିକ ଦଣ୍ଡ ମିଳିବ ସେଥିପାଇଁ ଆବଶ୍ୟକ ତଥ୍ୟ ପ୍ରମାଣ ଯୋଗାଡରେ ପୁଲିସ ଲାଗିଥିବା ସମ୍ବଲପୁର ଏସପି କନୱର ବିଶାଲ ସିଂହ ସୂଚନା ଦେଇଛନ୍ତି। ତେବେ ତଦନ୍ତରେ ଗୋପନୀୟତା ରକ୍ଷା କରିବା ପାଇଁ ତଦନ୍ତ ସମ୍ପର୍କରେ ଅଧିକ ସୂଚନା ଦେବାକୁ ମନା କରିଛନ୍ତି ଏସପି । ଏବଂ ପୀଡିତାଙ୍କୁ ନ୍ୟାୟ ମିଳିବା ସହ ଅଭିଯୁକ୍ତଙ୍କୁ କଡା ଦଣ୍ଡବିଧାନ ପାଇଁ କୋର୍ଟରେ ପୁଲିସ ସମସ୍ତ ତଥ୍ୟ ପ୍ରମାଣ ଉପସ୍ଥାପନ କରିବ ବୋଲି କହିଛନ୍ତି କନୱର ବିଶାଲ ସିଂହ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Screen-Shot-2019-12-09-at-12.28.24-PM.png)